ଜୀବଜନ୍ତୁଙ୍କ ସୁରକ୍ଷାଦାତା ଆସାମର ବିନୋଦ ବୋରା

ଆସାମର ବିନୋଦ ବୋରା ଜଣେ ନିଆରା ଜୀବ-ଜନ୍ତୁପ୍ରେମୀ। ଗଲା ତିରିଶ ବର୍ଷ ଧରି ସେ ବନ୍ୟପ୍ରାଣୀଙ୍କ ଉଦ୍ଧାର ଓ ସୁରକ୍ଷା କାର୍ଯ୍ୟରେ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ଅଢ଼େଇ ହଜାରରୁ ଅଧିକ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରି ସେମାନଙ୍କ ଜୀବନ ବଞ୍ଚାଇଲେଣି। ଏଗୁଡ଼ିକ ମଧୢରେ ଅଛନ୍ତି ତିନିଟି ହାତୀ ଛୁଆ, ଦୁଇଟି ଚିତା ବାଘ ଛୁଆ, ତିନିଟି ଭାଲୁ ଛୁଆ, କୋଡ଼ିଏଟି ହରିଣ, ଚଉଦଟି ନାଗ ସମେତ ଛଅ ଶହ ସାପ ଏବ˚ ଏକାଧିକ ମାଙ୍କଡ଼, ଠେକୁଆ, ନେଉଳ, ଗୁଣ୍ତୁଚିମୂଷା, କଇଁଛ, ପକ୍ଷୀ ଇତ୍ୟାଦି। ବିଦୋଦଙ୍କ ଘର ନାଗାଓଁ ଜିଲ୍ଲା ଅନ୍ତର୍ଗତ କରବୀ ପାହାଡ଼ ତଳି ଅଞ୍ଚଳରେ। ପିଲା ଦିନର ଏକ ଅଦ୍ଭୁତ ସ୍ବପ୍ନ ତାଙ୍କୁ ପ୍ରକୃତି ଏବ˚ ଜୀବଜନ୍ତୁଙ୍କ ସୁରକ୍ଷା ଦିଗରେ ଅନୁପ୍ରାଣିତ କରିଥିଲା। ସେତେବେଳେ ତାଙ୍କୁ ସାତ ବର୍ଷ ବୟସ ହୋଇଥିଲା। ଏକ ଖାଲୁଆ ସ୍ଥାନରେ ହାତୀଛୁଆଟିଏ ପଡ଼ି ଛଟପଟ ହେଉଥିବାର ସ୍ବପ୍ନ ସେ ଦେଖିଥିଲେ। ସକାଳେ ପରିବାର ସଦସ୍ୟ ଏବ˚ ପଡ଼ିଶାଙ୍କୁ ସେ ଦେଖିଥିବା ସ୍ବପ୍ନ ବାବଦରେ କହିଥିଲେ। ତାଙ୍କ କଥା କାହାରିକୁ ବିଶ୍ବାସ ହେଲା ନାହିଁ। କିଛି ସମୟ ପରେ ଗୋଟିଏ ଖାତରେ ହାତୀ ଛୁଆଟିଏ ପଡ଼ିଥିବାର ଖବର ପ୍ରଚାରିତ ହେଲା। ସେହି ଘଟଣା ପର ଠାରୁ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିନୋଦଙ୍କ ଦୁର୍ବଳତା ଆସିଥିଲା ଏବ˚ ବନ୍ୟଜନ୍ତୁ ଓ ପରିବେଶ ସୁରକ୍ଷା କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରିଥିଲେ। ବନ୍ୟଜନ୍ତୁ ସୁରକ୍ଷା ସହିତ ପଥୁରିଆ ଅଞ୍ଚଳରେ ବୃକ୍ଷରୋପଣ କରି ସବୁଜିମା ବଳୟରେ ପରିଣତ କରୁଛନ୍ତି। ଏ ସ˚ପର୍କରେ ମଧୢ ଗ୍ରାମବାସୀ ଓ ସ୍କୁଲ୍‌ ପିଲାମାନଙ୍କୁ ସଚେତନ କରାଉଛନ୍ତି।

ସମ୍ବନ୍ଧିତ ଖବର