ଜାଣନ୍ତୁ ରାତ୍ରିରେ ଭଲ ସ୍ୱପ୍ନ ଦେଖିବା ପରେ କ’ଣ କରିବେ ଆଉ କ’ଣ କରିବେ ନାହିଁ

ସ୍ୱପ୍ନ ସହିତ ବାସ୍ତବ ଜୀବନର ସଂପର୍କ ନାହିଁ ବୋଲି କହିଲେ ହେବ ନାହିଁ। ଅବଶ୍ୟ ଏହା ସତ ଯେ ସବୁ ବାସ୍ତବ ଜୀବନର କଥା ସ୍ୱପ୍ନରେ ଦିଶେନି କି ସବୁ ସ୍ୱପ୍ନ ବାସ୍ତବ ଜୀବନ ଆଧାରରେ ଆସେ ନାହିଁ। ହେଲେ ଗରୁଡ଼ ପୁରାଣ ଅନୁସାରେ ଭଲ ଓ ଖରାପ ସ୍ୱପ୍ନର ପ୍ରଭାବ ଥାଏ। ସାପ, ଗୋରୁ, ଶବ ଆଦି ଭିନ୍ନ ସ୍ୱପ୍ନର ଭିନ୍ନ ପ୍ରଭାବ ରହିଥାଏ। ପୁରାଣରେ ଆହୁରି ବି ଉଲ୍ଲେଖ କରାଯାଇଛି ଯେ ଆପଣ ଯଦି କିଛି ଭଲ ସ୍ୱପ୍ନ ଦେଖୁଛନ୍ତି ଅର୍ଥାତ କିଛି ଖୁସିର ସ୍ୱପ୍ନ ତେବେ ସ୍ୱପ୍ନ ଦେଖିବା ପରେ ଏହି ସବୁ କାର୍ଯ୍ୟ କରନ୍ତୁ ନାହିଁ।

କିଛି ଭଲ ସ୍ୱପ୍ନ ଦେଖିଲେ ତାହାକୁ ଅନ୍ୟ କାହାକୁ କୁହନ୍ତୁ ନାହିଁ। ଭଲ ସ୍ୱପ୍ନ ଦେଖିବା ପରେ ଆପଣଙ୍କ ନିଦ ଭାଙ୍ଗିଲେ ଆପଣ ଗଜାନନଙ୍କୁ ସ୍ମରଣ କରନ୍ତୁ। ଶୁଭ ଫଳ ମିଳିବ।

ରାତ୍ରିର ଚତୁର୍ଥ ପ୍ରହରକୁ ବ୍ରହ୍ମମୁହୂର୍ତ୍ତ କୁହାଯାଏ। ବିଶ୍ୱାସ କରାଯାଏ ଯେ ସେହି ସମୟରେ ଦେଖା ଯାଉଥିବା ସ୍ୱପ୍ନ ସତ ହୋଇଥାଏ। ଯଦି ଭୋର୍‌ ସମୟରେ କିଛି ସ୍ୱପ୍ନ ଦେଖୁଛନ୍ତି ତେବେ ତତ୍‌କ୍ଷଣାତ ଉଠି ଧ୍ୟାନରେ ବସନ୍ତୁ। ସେ ସ୍ୱପ୍ନକୁ କିପରି ସାକାର କରିବେ ପ୍ରଭୁଙ୍କୁ ବାଟ ଦେଖାଇବାକୁ କୁହନ୍ତୁ।

ଭଲ ସ୍ୱପ୍ନ ଦେଖିବା ପରେ ଯଦି ଆପଣଙ୍କ ନିଦ ଭାଙ୍ଗୁଛି ତେବେ ଚେଷ୍ଟା କରନ୍ତୁ ନିଜ ବାପାମାଆଙ୍କ ପାଦ ଦର୍ଶନ କରିବା ପାଇଁ। ଯଦି ସମ୍ଭବ ହେଉ ନାହିଁ ତେବେ ନଜ ହାତ ପାପୁଲିକୁ ଦେଖି ଭଗବାନଙ୍କୁ ସ୍ମରଣ କରନ୍ତୁ।

ଭଲ ସ୍ୱପ୍ନ ଦେଖିବାର ଅନେକ ସମୟ ପର୍ଯ୍ୟନ୍ତ କିଛି ଖରାପ ଚିନ୍ତା କରନ୍ତୁ ନାହିଁ। ପାରୁଛନ୍ତି ଯଦି ସକାଳୁ ଉଠି ଟିକେ ମନ୍ଦିର ଯାଇ ଆସନ୍ତୁ।

ସମ୍ବନ୍ଧିତ ଖବର