ରୋଷେଇରେ ସାହାଯ୍ୟ ମାଗିବାରୁ ପତ୍ନୀଙ୍କୁ ଏହି ଫଟୋ ଦେଖାଇ କଥାକୁ ଟାଳିଦେଲେ ବିଜିନେସ ଟାଇକନ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ‘ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଲିମିଟେଡ୍‌’ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ମଜା ମଜା ପୋଷ୍ଟ୍‍ କରି ସୋସିଆଲ୍‌ ମିଡିଆରେ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ତାଙ୍କ ପତ୍ନୀଙ୍କ ଉଦେଶ୍ୟରେ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟ୍‌ରରେ କରିଥିବା ଏକ ପୋଷ୍ଟ୍‍ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିିଛି।

ଏହି ବିଜିନେସ୍‌ ଟାଇକନ୍‌ ମଜା ମଜା ପୋଷ୍ଟ୍‍ କରି ଅଧିକାଂଶ ସମୟରେ ତାଙ୍କ ପ୍ରଶଂସକଙ୍କ ମନୋରଞ୍ଜନ କରିଥାନ୍ତି। ଅନେକ ସମୟରେ ମଜାକିଆ ଭିଡିଓ ଓ ଫଟୋରେ ମାଜାଦାର କ୍ୟାପ୍‌ସନ ଲେଖି ସୋସିଆଲ୍‌ ମିଡିଆରେ ପୋଷ୍ଟ୍‍ କରିଥାନ୍ତି।

ନିକଟରେ ଆନନ୍ଦଙ୍କ ପତ୍ନୀ ତାଙ୍କୁ ରୋଷେଇ କରିବା ପାଇଁ କହିବା ପରେ ସେ ପତ୍ନୀଙ୍କ କଥାକୁ କିପରି ଟାଳି ଦେଇଛନ୍ତି ତାହା ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେବେ।

ଆନନ୍ଦ ଏକ ଫଟୋ ସେୟାର୍‌ କରିଛନ୍ତି। ଫଟୋରେ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି ଏକ ଆଇରନ୍‌ ସାହାଯ୍ୟରେ ରୁଟି ବନାଉଛନ୍ତି। ଆନନ୍ଦ ଏହି ଫଟୋଟିକୁ ସେୟାର୍‌ କରି ଲେଖିଛନ୍ତି, ‘ମୋ ପତ୍ନୀ ମୋତେ ରୋଷେଇରେ ସାହାଯ୍ୟ କରିବାକୁ କହିଲେ। ମୁଁ ତାଙ୍କୁ ଏଇ ଫଟୋଟି ଦେଖାଇଲି। ସେ ମୋ ରୋଷେଇ ଦକ୍ଷତା ଜାଣିସାରିଥିବେ।’

ସମ୍ବନ୍ଧିତ ଖବର