ଶତ୍ରୁର ରକ୍ଷା କରି ଉଦାହରଣ ସାଜିଲେ ସେନା ଯବାନ; ସେନା ଉପରେ ଆକ୍ରମଣ କରୁଥିବା ମାଓ ନେତାଙ୍କୁ ମିଳିଲା ଯବାନଙ୍କ ଦେହର ରକ୍ତ
ରାଞ୍ଚି: ମାଓଦମନ କରିବା ପାଇଁ ବିଭିନ୍ନ ମାଓପ୍ରବଣ ଅଂଚଳରେ ଯବାନଙ୍କୁ ନିୟୋଜିତ କରାଯାଇଥାଏ। ଯେଉଁମାନେ କି ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସୁରକ୍ଷା ଦେଇଥାନ୍ତି। ଏହିକ୍ରମରେ ଝାଡଖଣ୍ଡରେ ନିୟୋଜିତ ହୋଇଥିବା ସିଆରପିଏଫର ଯବାନ ମଣିଷପଣିଆର ପରିଚୟ ଦେଇ ଏକ ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଗତକାଲି ସିଆରପିଏଫର ୧୩୩ତମ ବାଟାଲିୟନର ଜଣେ ଯବାନ ନିଜର ରକ୍ତ ଦେଇ ଏଭଳି ଜଣେ ମାଓବାଦୀକୁ ପୁର୍ନଜୀବନ ଦେଇଛନ୍ତି, ଯିଏକି ଯବାନଙ୍କର ରକ୍ତର ହୋଲି ଖେଳିବାକୁ ନିଜ ସୈନ୍ୟବଳ ନେଇ ଝାଡଖଣ୍ଡରେ ଥିବା ଏକ ଗାଁରେ ଲୁଚି ରହିଥିଲା। ଏଥିରେ ଉଭୟ ନକ୍ସଲ ଓ ସିଆରପିଏଫର ଯବାନ ମାନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଘମାଘୋଟ ଲଢେଇ ହୋଇଥିଲା। ଶେଷରେ ଯବାନଙ୍କ ଗୁଳିରେ ମାଓନେତାମାନେ ଗୁରୁତର ଭାବରେ ଆହତ ହୋଇଥିଲେ ଏବଂ ଆହତ ଅବସ୍ଥାରେ ତାଙ୍କୁ ଗିରଫ କରାଯାଇଥିଲା। ତେବେ ଗିରଫଦାରି ପରେ ଯବାନମାନେ ପ୍ରଥମେ ଆହତ ନକ୍ସଲମାନଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ ଏବଂ ଭଲ ଚିକିତ୍ସା ପାଇଂ ତାଙ୍କୁ ରାଂଚିର ଏକ ମେଡିକାଲରେ ଭର୍ତି କରିଥିଲେ।
ସିଆରପିଏଫର ମହାନିରୀକ୍ଷକ ସଂଜୟ ଆନନ୍ଦ ଲାଠକରଙ୍କ ସୂଚନା ମୁତାବକ, ଝାଡଖଣ୍ଡର ବନ୍ଦଗାଁ ଇଂଚଳରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ଭିତର ୨୯ ଜାନୁଆରୀରେ ଜୋରଦାର ଗୁଳି ବିନିମୟ ହୋଇଥିଲା ଏବଂ ଏହି ଲଢେଇରେ ସିଆରପିଏଫର କୋବ୍ରା କମାଣ୍ଡୋମାନେ ୫ ଜଣ ମାଓବାଦୀଙ୍କୁ ମାରି ଗଡ଼େଇଦେଇ ଥିଲେ। ତେବେ ମୃତ ମାଓବାଦୀଙ୍କ ମଧ୍ୟରେ ଦୁଇ ଜଣ ହାଡକୋର ମାଓ ଥିବା ଜଣାପଡିଛି। ମାଓଦମନ କରିବା ପାଇଁ ବିଭିନ୍ନ ମାଓପ୍ରବଣ ଅଂଚଳରେ ଯବାନଙ୍କୁ ନିୟୋଜିତ କରାଯାଇଥାଏ। ଯେଉଁମାନେ କି ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସୁରକ୍ଷା ଦେଇଥାନ୍ତି। ଏହିକ୍ରମରେ ଝାଡଖଣ୍ଡରେ ନିୟୋଜିତ ହୋଇଥିବା ସିଆରପିଏଫର ଯବାନ ମଣିଷପଣିଆର ପରିଚୟ ଦେଇ ଏକ ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିଛନ୍ତି।