ମୋ ପାଖକୁ ଆସିଲେ ମୁଁ ଘରକୁ ଆସିବା ବନ୍ଦ କରିଦେବି; ଛାତିରେ ପଥର ରଖି ନିଜ ପୁଅକୁ ଏଭଳି ଧମକ ଦେଉଛନ୍ତି ଏହି ମହିଳା ଡାକ୍ତର

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନା ମହାମାରୀ ସହ ଲଢ଼ୁଥିବା ବେଳେ ବିଶ୍ୱର ଡାକ୍ତର ଏବେ ଆଗ ଧାଡିରେ ରହି କରୋନା ସହ ଲଢେଇ କରୁଛନ୍ତି | କରୋନାକୁ ହରାଇ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଏ ମଧ୍ୟରେ ଅନେକ ଡାକ୍ତର ନିଜ ଜୀବନର ବଳିଦାନ ଦେଇସାରିଛନ୍ତି | ସାରା ବିଶ୍ୱ ଏବେ ଡାକ୍ତରଙ୍କ ଏଭଳି କାମକୁ ପ୍ରଶଂସା କରୁଥିବା ବେଳେ ଏବେ ଜଣେ କରୋନା ଯୋଦ୍ଧାଙ୍କ ଦୁଃଖ ଭରା କାହାଣୀ ସାମ୍ନାକୁ ଆସିଛି |

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ(ସିଏପିଏଫ)ର ମହିଳା ଡାକ୍ତରଜଣଙ୍କ କାମ କରୁଥିବା ବେଳେ ସେ ନିଜ ୧୪ବର୍ଷର ପୁଅକୁ ନିଜ ପାଖକୁ ଆସିବାକୁ ଦେଉନଥିବା ଜଣା ପଡିଛି | ଗ୍ରେଟର ନୋଏଡାର ସିଏପିଏଫ ରେଫରାଲ୍ ହସ୍ପିଟାଲରେ କୋଭିଡ-୧୯ ରୋଗୀଙ୍କୁ ଚିକିତ୍ସା କରୁଥିବା ଏହି ମହିଳା ଡାକ୍ତର ନିଜ ପୁଅକୁ ସୁରକ୍ଷିତ ରଖିବା ପାଇଁ ତାଙ୍କୁ ଧମକ ଦେଉଥିବା କହିଛନ୍ତି |

India can fight COVID-19, but only if the private sector is ...
ThePrint

ଡାକ୍ତରଖାନାର ବିଚ୍ଛିନ୍ନତା ୱାର୍ଡରେ କାର୍ଯ୍ୟ କରୁଥିବା ଡାକ୍ତର ଭାରତୀ ଜାଗିରଦାର କହିଛନ୍ତି ଯେ, ସେ ସବୁବେଳେ ଘରକୁ ଫେରିବା ପରେ ନିଜ ପୁଅକୁ ତାଙ୍କ ପାଖକୁ ନଆସିବା ପାଇଁ ଧମକ ଦେଇଥାନ୍ତି | ଦୂରତା ବଜାୟ ନ ରଖିଲେ ସେ ଘରକୁ ଫେରିବେ ନାହିଁ ବୋଲି ପ୍ରାୟ ସବୁଦିନ ନିଜ ପୁଅକୁ କହିଥାନ୍ତି |

“ଯେତେବେଳେ ମୁଁ ଘରକୁ ଯାଏ ପ୍ରଥମେ ମୁଁ ସ୍ନାନ କରେ, ମୋର ପୋଷାକ ଭଲ ଭାବରେ ସଫା କରେ ଏବଂ ମୋ ପୁଅକୁ ମଧ୍ୟ ମୋ ଠାରୁ ଦୂରରେ ରହିବାକୁ କହିଥାଏ। ବେଳେବେଳେ ସେ ଅମାନିଆ ହେଉଥିବାରୁ ମୋତେ ତାଙ୍କୁ ଚେତାବନୀ ଦେବାକୁ ମଧ୍ୟ ପଡେ | ଯଦି ମୋଠାରୁ ଦୂରତା ବଜାୟ ନରଖ, ମୁଁ ଘରକୁ ନଫେରିବା ସହ ଅନ୍ୟ ସ୍ଥାନରେ ଘର ନେଇ ରହିବି ବୋଲି କହିଥାଏ | ଜଣେ ମା ହିସାବରେ ଏହା କଠିନ, କିନ୍ତୁ ମୋ ପାଖରେ କୌଣସି ବିକଳ୍ପ ନାହିଁ ବୋଲି ଡାକ୍ତର ଭାରତୀ କହିଛନ୍ତି। ତାଙ୍କ ସ୍ୱାମୀ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସରେ ରେଡିଓଲୋଜିଷ୍ଟ ଭାବେ କାମ କରୁଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର