ଫର୍ଣ୍ଣିଚର୍‌ ଡିଜାଇନିଂରେ କ୍ୟାରିଅର୍‌ କରନ୍ତୁ ,ଭଲ ରୋଜଗାର କରନ୍ତୁ

ଜଶେ ସୁଶିକ୍ଷିତ ହେଉ ବା ସାଧାରଣ ଭାବେ ରୋଜଗାର କରୁଥାଉ କିମ୍ବା ଧନାଢ୍ୟ ବ୍ୟକ୍ତି ହେଉ, ସମସ୍ତେ ନିଜ ଘରେ ନିଜର କ୍ଷମତା ଅନୁଯାୟୀ ଘରେ ଭଲ ଫର୍ଣ୍ଣିଚର ରଖିବାକୁ ଚାହାଁନ୍ତି । ଏଥିପାଇଁ ଆଜିକାଲି ସମସ୍ତେ ବଜାରରେ ମିଳୁଥିବା ନୂଆନୂଆ ଡିଜାଇନ୍‌ର ଫଣ୍ଣିଚର କିଣୁଛନ୍ତି । ଏହି କାରଣରୁ ଏବେ ବଜାରରେ ଫର୍ଣ୍ଣିଚର୍‌ ଡିଜାଇନିଂର ଚାହିଦା ଢେର୍‌ ବଢିଯାଇଛି ।

ଯଦି ଆପଣଙ୍କର ଏହି କ୍ଷେତ୍ରରେ ରୁଚି ରହିଛି, ତେବେ ଆପଣ ଏଥିରେ ନିଜର କ୍ୟାରିଅର୍‌ ଗଢିପାରିବେ । ଏଥିରେ ଆପଣଙ୍କୁ କେବଳ ଭଲ ଡିଜାଇନିଂଗ୍‌ ଉପରେ ଧ୍ୟାନ ଦେବାକୁ ହେବ , ଯାହା ମଡର୍ଣ୍ଣ ଓ ଆଟ୍ରାକ୍‌ଟିଭ୍‌ ହେବା ସହିତ କମ୍‌ ଖର୍ଚ୍ଚରେ ପ୍ରସ୍ତୁତ ହୋଇପାରୁଥିବ । ଯେଉଁମାନେ ଫର୍ଣ୍ଣିଚର ଡିଜାଇନର ହୋଇଥାଆନ୍ତି, ସେମାନଙ୍କର ମୁଖ୍ୟ ଦାୟିତ୍ୱ ହେଲା ଡିଜାଇନ୍‌ ପ୍ରସ୍ତୁତ କରିବା ପରେ ତା’କୁ ବଢେଇ ବା ମିସ୍ତ୍ରୀଙ୍କୁ ବୁଝାଇବା । ଏହା ଦ୍ୱାରା କିପରି ଆରାମ ମିଳିପାରିବ, ତା’ମଧ୍ୟ ବତାଇବାକୁ ପଡ଼ିଥାଏ । ତା’ଦ୍ୱାରା ପ୍ରତିଦିନ ଯେଉଁ ଗ୍ରାହକ ନୂଆ ଡିଜାଇନ୍‌ର ଫର୍ଣ୍ଣିଚର୍‌ ଖୋଜୁଥାଆନ୍ତି, ତାଙ୍କୁ ମଧ୍ୟ ଏସଂପର୍କରେ ବିକ୍ରେତା ଜଣାଇପାରିବ । ଜଣେ ଫର୍ଣ୍ଣିଚର ଡିଜାଇନର ଚାହିଁଲେ କଂପ୍ୟୁଟର ମାଧ୍ୟମରେ ଡିଜାଇନ୍‌ ପ୍ରସ୍ତୁତ କରିପାରିବେ । ଏପରିକି ସାଦା କାଗଜରେ ମଧ୍ୟ ନିଜେ ପେନ୍‌ସିଲ୍‌ ମାଧ୍ୟମରେ ବି ଭଲ ଡିଜାଇନ୍‌ କରିପାରିବେ ।

photo-faxru.com

ଏସବୁ କରିବା ପୂର୍ବରୁ ଡିଜାଇନରଙ୍କୁ ସେସଂପର୍କରେ ଅଧିକ ଗବେଷଣା ଓ ଅନୁସନ୍ଧାନ କରିବାକୁ ପଡିବ । ତା’ ଦ୍ୱାରା ମାର୍କେଟ୍‌ ସର୍ଭେକ୍ଷଣ ମଧ୍ୟ ସମ୍ଭବ । ବଜାରରେ ଲୋକେ କେଉଁଭଳି ଫର୍ଣ୍ଣିଚର୍‌ ଖୋଜୁଛନ୍ତି, କେତେ ରେଟ୍‌ର ଜିନିଷ ଖୋଜୁଛନ୍ତି, ତା’କୁ ମଧ୍ୟ ଦୃଷ୍ଟି ଦେବାକୁ ପଡିଥାଏ । ଏବେ ଅନେକ ବଡବଡ କଂପାନୀ ନିଜ କାରଖାନାରେ ଫର୍ଣ୍ଣିଚର ଡିଜାଇନରମାନଙ୍କୁ ଫୁଲ୍‌ଟାଇମ୍‌ ବା ପାର୍ଟଟାଇମ୍‌ ସୂତ୍ରରେ ନିଯୁକ୍ତି ଦେଉଛନ୍ତି । ଆଉ ଯଦି ଆପଣ ଫ୍ରିଲାନ୍ସ କାମ କାରିବାକୁ ଚାହାଁନ୍ତି, ତେବେ ଏଥିପାଇଁ ମଧ୍ୟ ଆତ୍ମନିଯୁକ୍ତିର ସୁବନ୍ଦୋବସ୍ତ ହୋଇପାରିବ । ଏକ୍ଷେତ୍ରରେ ସମୟ ଭିତରେ ଡିଜାଇନ୍‌ ପ୍ରସ୍ତୁତ କରିବା ଏକ ବଡ ଆବଶ୍ୟକତା, ଯାହାକୁ ପୂରଣ କରିପାରିଲେ, ଆପଣ ନିଶ୍ଚିତ ରୂପେ କ୍ୟାରିଅରରେ ଉଚ୍ଚତର ସୋପାନରେ ପହଞ୍ଚିପାରିବେ ।

ସମ୍ବନ୍ଧିତ ଖବର