ଦୈନିକ ଦେଢ଼କିଲୋ ଚିକେନ, ୨୦ଟି ଅଣ୍ଡା, ୧୦ଟି ରୁଟି ଖାଆନ୍ତି ଏହି ପୁଲିସ କର୍ମଚାରୀ

ନୂଆଦିଲ୍ଲୀ: ଦେଶରେ ଏମିତି ବହୁ ପୁଲିସ କର୍ମଚାରୀ ରହିଛନ୍ତି ଯେଉଁମାନେ କି ନିଜର ଫିଟନେସ  ପାଇଁ ଚର୍ଚ୍ଚାରେ ଅଛନ୍ତି । ଏମିତି ଜଣେ ପୁଲିସକର୍ମଚାରୀଙ୍କ ନାମ ହେଉଛି ନରେନ୍ଦ୍ର ଯାଦବ। ନରେନ୍ଦ୍ର ନିଜର ଶରୀରକୁ ନେଇ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନରେନ୍ଦ୍ର ଦିଲ୍ଲୀ ପୁଲିସର ଜଣେ ହେଡକନଷ୍ଟେବଳ ରହିଛନ୍ତି।

ନରେନ୍ଦ୍ର ନିଜର ଶରୀରଗଠନକୁ ନେଇ କହନ୍ତି, ମୁଁ ପ୍ରତିଦିନ ବ୍ୟାୟାମ କରୁଥିଲି। ସାଙ୍ଗମାନଙ୍କ ପରାମର୍ଶ କ୍ରମେ ବଡିବିଲଡିଂ କରିବା ଆରମ୍ଭ କଲି। ଏଯାବତ ବଡିବିଲଡିଂ କରି ଅନେକ ପୁରସ୍କାର ଜିତିଛି। ମୁଁ କିଛିଦିନ ପୂର୍ବରୁ  ମୋର ବାଇସେପ୍ସ ୨୦-୨୧, ଛାତି ୫୮ଇଞ୍ଚ ରହିଥିବା ଜାଣିବାକୁ ପାଇଥିଲି। ମୋର ଉଚ୍ଚତା ୫ଫୁଟ ୮ଇଞ୍ଚ ରହିଥିବା ବେଳେ ଓଜନ ୧୦୮କିଲୋ ରହିଛି। ମୁଁ ପ୍ରତିଦିନ ୫୦୦୦କ୍ୟାଲୋରିର ଖାଦ୍ୟ ଖାଉଛି।  ଜଣେ ସାଧାରଣ ମଣିଷ ପ୍ରତିଦିନ ୧୫୦୦-୨୦୦୦ କ୍ୟାଲୋରି ପର୍ଯ୍ୟନ୍ତ ଖାଦ୍ୟ ଖାଇବା ଆବଶ୍ୟକ ।

ମୁଁ ଗୋଟିଏ ଦିନ ଭିତରେ ୩/୪ଜଣ ଲୋକଙ୍କ ଖାଦ୍ୟ ଖାଇଥାଏ। ଦିନକୁ ୬ଥରେ ଖାଇଥାଏ। ସେଥିରେ ମୋର  ଦେଢ଼କିଲୋ ଚିକେନ, ୨୦ଟି ଅଣ୍ଡା, ୪ ଚାମଚ ପ୍ରୋଟିନ ପାଉଡର୍, ୧୦ଟି ରୁଟି, ଗୋଟିଏ ବ୍ରେଡର ପ୍ୟାକେଟ ରହିଥାଏ। ଦିନଭିତରେ ଏସବୁ ଖାଦ୍ୟ ମୋର ସୁବିଧା ଅନୁସାରେ ଖାଇଥାଏ।

ମୋର ଏଭଳି ଶରୀର ପାଇଁ ଡିୟୁଟି ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ମୁଁ ପୋଷାକ ତ ନିଜେ ପିନ୍ଧି ଦିଏ, କିନ୍ତୁ ଓହ୍ଲାଇ ପାରେ ନାହିଁ। ଜଣେ ସାହାଯ୍ୟ କଲେ ଯାଇ ପୋଷାକ ଓହ୍ଲାଇ ପାରିଥାଏ।’

ସମ୍ବନ୍ଧିତ ଖବର