୧୨ ବର୍ଷର ଝିଅ ପିତାଙ୍କୁ ମୁଖାଗ୍ନି ଦେଲା ବେଳେ ଭୋ ଭୋ ହୋଇ କାନ୍ଦି ଉଠି କହିଲେ ‘ହାପି ଫାଦର୍ସ ଡେ’ ବାପା, ଏହି ଦୃଶ୍ୟ ଦେଖିଲେ ଆଖିରୁ ଝରି ପଡ଼ିବ ଲୁହ

ଇନ୍ଦୋର: ଚଳିତ ବର୍ଷ ୨୦୧୯ ଜୁନ୍‌ ୧୬ରେ ଲୋକମାନେ ଯେତେବେଳେ ଫାଦର୍ସ ଡେ’ ପାଳନ କରୁଥିଲେ, ନିଜ ନିଜ ପିତାଙ୍କୁ ଶୁଭେଚ୍ଛା ଜଣାଉଥିଲେ, ସେ ସମୟରେ ଇନ୍ଦୋରରୁ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଥିଲା, ଯାହାକୁ ଦେଖିଲେ ଆଖିରୁ ଲୁହ ଝରି ପଡ଼ିବ।

୧୨ବର୍ଷର ଖୁସିକୁ ବି ଏହି ଦିନର ଅପେକ୍ଷା ରହିଥିଲା, ଫାଦର୍ସ ଡେ’ରେ ଅନ୍ୟମାନେ ଯେମିତି ନିଜ ପିତାଙ୍କୁ ପିତାଙ୍କୁ ଶୁଭେଚ୍ଛା ଜଣାଉଥିଲେ ସେ ବି ସେମିତି ଜଣାଇବେ। କିନ୍ତୁ ଖୁସିଙ୍କ ଏହି ଖୁସି କିଛି ସମୟ ମଧ୍ୟରେ ଶୋକରେ ପରିଣତ ହୋଇଯାଇଥିଲା।

YouTube

ସୂଚନାଯୋଗ୍ୟ, ପୋଷାକ ବ୍ୟବସାୟୀ ଜୟ ଓ୍ଵାଟବାନି (୩୮)ଙ୍କ ୧୫ଦିନ ପୂର୍ବରୁ ଏକ ଦୁର୍ଘଟଣାରେ ଗୋଡର ହାଡ଼ ଭାଙ୍ଗି ଯାଇଥିଲା। ଗତ ଶନିବାର ରାତିରେ ଜୟଙ୍କ ଗୋଡରେ ଆକସ୍ମିକ ଭାବେ ଯନ୍ତ୍ରଣା ବଢ଼ିବାକୁ ଲାଗିଥିଲା। ସେ ପାଖରେ ଥିବା ଏକ ହସ୍‌ପିଟାଲ୍‌ ଯାଇଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ଇନ୍‌ଜେକ୍‌ସନ୍‌ ଦେଇଥିଲେ। କିନ୍ତୁ ଯନ୍ତ୍ରଣା କମି ନଥିଲା। ଅବସ୍ଥା ଶୋଚନୀୟ ହେବା ଦେଖି ଜୟଙ୍କ ପରିବାରବର୍ଗ ତାଙ୍କୁ ଅନ୍ୟ ଏକ ଘରୋଇ ହସ୍‌ପିଟାଲ୍‌ ନେଇ ଯାଇଥିଲେ। ଏହି ସମୟରେ ଜୟଙ୍କୁ ହୃତଘାତ ହୋଇଥିଲା ଏବଂ ସେହି ସ୍ଥାନରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ରବିବାର ଦ୍ୱିପହର ଅର୍ଥାତ୍‌ ‘ଫାଦର୍ସ ଡେ’ରେ ଜୟଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ଜୟଙ୍କ ବଡ଼ ଝିଅ ଖୁସିଙ୍କୁ ଫାଦର୍ସ ଡେ’ରେ ନିଜ ପିତାଙ୍କୁ ମୁଖାଗ୍ନି ଦେବାକୁ ପଡ଼ିଥିଲା। ମୁଖାଗ୍ନି ଦେବା ସମୟରେ ‘ହାପି ଫାଦର୍ସ ଡେ’ କହି ଭୋ ଭୋ ହୋଇ କାନ୍ଦି ଉଠିଥିଲେ ଖୁସି।

ସମ୍ବନ୍ଧିତ ଖବର