ଜାଣନ୍ତି କି ଧ୍ରୁବ କିପରି ତାରା ହୋଇଥିଲେ ?

ଧ୍ରୁବ ସାନ ରାଣୀ ସୁରୁଚିଙ୍କର ଦୁର୍ବ୍ୟବହାରରେ ବ୍ୟଥିତ ହୋଇ କାନ୍ଦି କାନ୍ଦି ନିଜ ମାଆ ସୁନୀତିଙ୍କ ପାଖକୁ ଗଲେ। ଧ୍ରୁବଙ୍କଠୁଁ ସବୁ କଥା ଶୁଣିବା ପରେ ସୁନୀତି ବେଶି ଦୁଃଖିତ ହେଲେ। ସେ ଧ୍ରୁବଙ୍କୁ ବୁଝାଇବା ଢ଼ଙ୍ଗରେ କହିଲେ ,‘ପୁଅ ତୁମର ବିମାତା କ୍ରୋଧ ଆବେଗରେ ଯାହା କହିଛନ୍ତି ,ତାହା ଠିକ୍‌ ।ପିତାଙ୍କ ସିଂହାସନ ଅଥବା ତା ‘ଠୁଁ’ ବି ଶ୍ରେଷ୍ଠ ପଦ ପ୍ରାପ୍ତ କରିବାକୁ ହେଲେ ତୁମକୁ ଭଗବାନଙ୍କ ଆରାଧନା କରିବାକୁ ପଡ଼ିବ। ମାତାଙ୍କ କଥାରେ ବିଶ୍ୱାସ ଯାଇ ପାଞ୍ଚ ବର୍ଷର ବାଳକ ଧ୍ରୁବ ବନକୁ ଗଲେ। ମାର୍ଗରେ ଦେବର୍ଷି ନାରଦଙ୍କ ସହିତ ତାଙ୍କର ଭେଟ ହେଲା। ନାରଦ ଧ୍ରୁବଙ୍କୁ ଘରକୁ ଫେରିଯିବା ଲାଗି ବୁଝାଇଲେ, କିନ୍ତୁ ଧ୍ରୁବ ରାଜି ହେଲେନି। ଶେଷରେ ସେ ଧ୍ରୁବଙ୍କୁ ଦ୍ୱାଦଶାକ୍ଷର ମନ୍ତ୍ର (ଓଁ ନମୋ ଭଗବତେ ବାସୁଦେବାୟ)ର ଦୀକ୍ଷା ଦେଇ ଯମୁନା ତଟରେ ଅବସ୍ଥିତ ମଧୁବନରେ ଯାଇ ତପସ୍ୟା କରିବାର ନିର୍ଦ୍ଦେଶ ଦେଇଥିଲେ।

ଧ୍ରୁବ ମହର୍ଷିଙ୍କୁ ପ୍ରଣାମ କରି ମଧୁବନରେ ପହଞ୍ଚିଲେ ସେ ପ୍ରଥମ ମାସରେ କଇଁଥ,ବର କୋଳି,ଦ୍ୱିତୀୟ ମାସରେ ଶୁଖିଲା ପତ୍ର ,ତୃତୀୟ ମାସରେ ଜଳ ଓ ଚତୁର୍ଥ ମାସରେ କେବଳ ବାୟୁ ଗ୍ରହଣ କରି ତପଶ୍ଚାରଣ କରିଲେ।ମନ୍ତ୍ରର ଅଧିଷ୍ଠାତା ଭଗବାନଙ୍କ ବାସୁଦେବଙ୍କଠାରେ ଧ୍ରୁବଙ୍କ ଚିତ୍ତ ଏକାଗ୍ର ହୋଇଗଲା। ଭଗବାନଙ୍କଠାରେ ଏକାଗ୍ର ହୋଇ ଶ୍ୱାସ-ଅବରୋଧ କରିବା ଦ୍ୱାରା ଦେବତାମାନଙ୍କର ନିଶ୍ୱାସରୋଧ ସ୍ୱତଃ ହୋଇଗଲା। ତାଙ୍କ ପ୍ରାଣ ସଙ୍କଟରେ ପଡ଼ିଗଲା। ଦେବଗଣ ଭଗବାନଙ୍କ ପାଖକୁ ଯାଇ ତାଙ୍କୁ ଧ୍ରୁବଙ୍କୁ ତପସ୍ୟାରୁ ନିବୃତ୍ତ କରିବାର ପ୍ରାର୍ଥନା କରିଲେ।

ଧ୍ରୁବ ଭଗବାନଙ୍କ ଧ୍ୟାନରେ ଲୀନ ଥିଲେ। ଅକସ୍ମାତ୍‌ ତାଙ୍କ ହୃଦୟରେ ଜ୍ୟୋତି ଅନ୍ତର୍ନିହିତ ହୋଇଗଲେ। ଧ୍ରୁବ ବିବ୍ରତ ହୋଇ ନିଜର ଆଖି ଖୋଲି ଦେଲେ। ତାଙ୍କ ସମ୍ମୁଖରେ ଶଙ୍ଖ,ଚକ୍ର,ଗଦା,ପଦ୍ମଧାରୀ ଭଗବାନ ସ୍ୱୟଂ ଦଣ୍ଡାୟମାନ ଥିଲେ। ଧ୍ରୁବ ଅଜ୍ଞାନ ବାଳକ ଥିଲେ। ସେ ହାତ ଯୋଡ଼ି ସ୍ତୁତି କରିବାକୁ ଚାହିଁଲେ ,କିନ୍ତୁ ବାଣୀ ତାହା କରାଇବାକୁ ଦେଲେନି। ଭଗବାନ୍‌ ତାଙ୍କ କପାଳରେ ନିଜ ଅଙ୍ଗ ସ୍ପର୍ଶ କରିଲେ।ବାଳକ ଧ୍ରୁବଙ୍କ ମନରେ ସରସ୍ୱତୀ ଜାଗ୍ରତ ହୋଇଗଲେ,ସେ ହାତ ଯୋଡ଼ି ଭଗବାନଙ୍କୁ ଆକୁଳେ ସ୍ତୁତି କରିଲେ।ଭଗବାନ ପ୍ରସନ୍ନ ହୋଇ ତାଙ୍କୁ ଅବିଚଳ ପଦର ବରଦାନ କରିଲେ।

photo-youtube

ଘରକୁ ଫେରିବାପରେ ମହାରାଜ ଉତ୍ତାନପାଦ ଧ୍ରୁବଙ୍କୁ ଅଦ୍ଭୂତପୂର୍ବ ସ୍ୱାଗତ କରିଲେ ଏବଂ ତାଙ୍କର ରାଜ୍ୟାଭିଷେକ କରି ତପସ୍ୟା ପାଇଁ ବନ ଗମନ କରିଲେ। ଧ୍ରୁବ ନରେଶ ହେଲେ।ସଂସାରରେ ପ୍ରାରବ୍ଧ ଶେଷ ହେବାପରେ ଧ୍ରୁବଙ୍କୁ ନେବା ପାଇଁ ସ୍ୱର୍ଗରୁ ବିମାନ ଆସିଲା। ଧ୍ରୁବ ମୃତ୍ୟୁର ମସ୍ତକ ଉପରେ ରଖି ବିମାନରେ ଆରୁଢ଼ ହୋଇ ସ୍ୱର୍ଗ ଗଲେ। ତାଙ୍କୁ ଅବିଚଳ ଧାମ ପ୍ରାପ୍ତ ହୋଇଥିଲା। ଉତ୍ତର ଦିଶାରେ ସ୍ଥିତ ଧ୍ରୁବ ତାରା ଆଜି ମଧ୍ୟ ତାଙ୍କ ଅପୂର୍ବ ତପସ୍ୟାର ସାକ୍ଷୀ ଅଟେ।

ସମ୍ବନ୍ଧିତ ଖବର