ଦିବ୍ୟାଙ୍ଗ ବାଳିକା କରୋନା ସଙ୍କଟ ସମୟରେ ଆଗେଇ ଆସି ଗୋଟିଏ ହାତରେ ମାସ୍କ ସିଲେଇ କରି ବାଣ୍ଟିଲେ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ସଂକ୍ରମଣ ସଂଖ୍ୟା ୪ଲକ୍ଷ ୯୦ହଜାରରେ ଆସି ପହଞ୍ଚି ଯାଇଛି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତିି, ଯେପର୍ଯ୍ୟନ୍ତ କରୋନା ଟୀକା ବାହାରି ନାହିଁ ସେ ପର୍ଯ୍ୟନ୍ତ ସାମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଛି। ଏମିତିରେ ଦେଶରେ ମାସ୍କର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଯେପରି ମାସ୍କ ସମସ୍ୟା ନ ରୁହେ ସେଥିପାଇଁ ଆବାଳବୃଦ୍ଧବନିତା ମାସ୍କ ତିଆରି କରିବା କାମରେ ଲାଗି ପଡ଼ିଛନ୍ତି। କିଛିଦିନ ତଳେ ଜଣେ ବାଳିକା ତାର ସ୍କୁଲ ପୋଷାକରେ ମାସ୍କ ତିଆରି କରି ବାଣ୍ଟିଥିବା ଖବର ସାମ୍ନାକୁ ଆସିଥିଲା। ଏହି କ୍ରମରେ କର୍ଣ୍ଣାଟକର ଜଣେ ୧୦ବର୍ଷର ବାଳିକା ନିଜ ହାତରେ ମାସ୍କ ତିଆରି କରି କିଛି ଛାତ୍ରଛାତ୍ରୀଙ୍କୁ ବାଣ୍ଟିଛନ୍ତି। ବାଳିକାଙ୍କ ଏଭଳି କାମକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ୍‌ ପ୍ରଶଂସା ବି କରିଛନ୍ତି।

navbharattimes.indiatimes.com/

ପ୍ରକାଶିତ ରିପୋର୍ଟ ମୁତାବକ, ୧୦ବର୍ଷୀୟ ବାଳିକା ସିନ୍ଧୁରୀ ଉଡୁପିରେ ବସବାସ କରନ୍ତି। ସେ ଜଣେ ଦିବ୍ୟାଙ୍ଗ। ସିନ୍ଧୁରୀ ଗତ ଗୁରୁବାର ନିଜ ହାତରେ ତିଆରି କରିଥିବା ମାସ୍କକୁ ଏସ୍‌ଏସ୍‌ଏଲ୍‌ସି ପରୀକ୍ଷା ଦେବାକୁ ଆସିଥିବା ପିଲାଙ୍କ ମଧ୍ୟରେ ବାଣ୍ଟିଥିଲେ। ବାଳିକା ଜଣକ ନିଜର ଗୋଟିଏ ହାତରେ ଏଯାବତ ଅନେକ ମାସ୍କ ସିଲେଇ କରି ସାରିଲେଣି।

ସିନ୍ଧୁରୀଙ୍କ ଜନ୍ମ ବେଳରୁ ହିଁ ତାଙ୍କ ବାମ ହାତର କହୁଣୀର ତଳ ଅଂଶ ପର୍ଯ୍ୟନ୍ତ ନ ଥିଲା। କିନ୍ତୁ ସେ କେବେ ତାଙ୍କ ହାତ ନଥିବାରୁ ମନ ଊଣା କରି ନାହାନ୍ତି କି ନିଜକୁ ଦୁର୍ବଳ ବୋଲି ଭାବି ନାହାନ୍ତି। କରୋନା ସଙ୍କଟ ସମୟରେ ବି ଏହି ଦିବ୍ୟାଙ୍ଗ ବାଳିକା ଲୋକଙ୍କ ସାହାଯ୍ୟ ପାଇଁ ଆଗେଇ ଆସି ଗୋଟିଏ ହାତରେ ମାସ୍କ ତିଆରି କରିଥିଲେ। ତାଙ୍କର ଲକ୍ଷ୍ୟ ହେଉଛି ସେ ଲୋକଙ୍କ ପାଇଁ ଏକ ଲକ୍ଷ ମାସ୍କ ତିଆରି କରିବେ।

ସମ୍ବନ୍ଧିତ ଖବର