୩୦ ବର୍ଷ ହେବ ବସିନାହାନ୍ତି ଏହି ଯୁବତୀ, ଛିଡ଼ା ହୋଇ କରନ୍ତି ନିଜର ସମସ୍ତ କାମ

ନୂଆଦିଲ୍ଲୀ: ଯେଉଁ ଲୋକଙ୍କ କ‌ାମ ଛିଡ଼ା ‌ହୋଇ କିମ୍ବା ଚାଲି କରି ହୋଇଯାଏ ସେମାନେ ଅଧିକ ସମୟ ଛିଡ଼ା ହୋଇ ରହିପାରନ୍ତି। ଯେଉଁ ଲୋକଙ୍କ କାମ ବସି କରି ଅର୍ଥାତ ଯେଉଁମାନଙ୍କର ସିଟିଂ ଜବ୍‌, ସେମା‌ନେ ବେଶି ସମୟ ଛିଡ଼ା ହୋଇ ରହିପାରନ୍ତି ନାହିଁ। ହେଲେ ଥରେ ଭାବନ୍ତୁ ତ ଯଦି କାହାକୁ ସବୁ ସମୟରେ ଛିଡ଼ା ହେବାକୁ ପଡ଼େ ତ? ଜାଣିବାକୁ ମିଳିଛି ଯେ ଜଣେ ଯୁବତୀ ୩୦ ବର୍ଷ ହେବ ବସିନାହାନ୍ତି। ସେ ନିଜର ସମସ୍ତ କାମ ଛିଡ଼ା‌ ହୋଇ କରନ୍ତି। ଯୁବତୀ ଜଣକ ଛିଡ଼ା ହୋଇପାରନ୍ତି ଓ ଶୋଇପାରନ୍ତି। ମାତ୍ର ବସିପାରନ୍ତି ନାହିଁ।

ଯୁବତୀଙ୍କ ବୟସ ୩୨ ବର୍ଷ। ମାତ୍ର ତାଙ୍କର ମନେ ନାହିଁ ଯେ ସେ ଶେଷ ଥର ପାଇଁ କେବେ ବସିଥିଲେ। ଯେବେ ସେ ବସିବାକୁ ଚେଷ୍ଟା କରନ୍ତି ତ ତାଙ୍କୁ ଅସହ୍ୟ ଯନ୍ତ୍ରଣା ହୁଏ। ‌ସେହି କାରଣରୁ ସେ କେବେ ବସିବାକୁ ଚେଷ୍ଟା ବି କରନ୍ତି ନାହିଁ।

zrzutka.pl

୩୦ ବର୍ଷରୁ ବସି ପାରୁନଥିବା ଏହି ଯୁବତୀ ଜୋଆନା କ୍ଲିଚ୍‌। ସେ ପୋଲାଣ୍ଡ୍‌ର ବାସିନ୍ଦା। ୩୨ ବର୍ଷୀୟା ଜୋଆନା ଏକ ନିଆରା ‌ରୋଗର ଆକ୍ରାନ୍ତ। ଏହି କାରଣରୁ ହିଁ ସେ ଏତେ ବର୍ଷ ହେବ ବସି ପାରୁନାହାନ୍ତି। ସେ ଯେଉଁ ରୋଗରେ ପୀଡ଼ିତ ତାହାକୁ ସ୍ପାଇନାଲ୍‌ ମସ୍‌କ୍ୟୁଲାର୍‌ ଏଟ୍ରୋପି କହନ୍ତି। ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି କି ତାଙ୍କୁ ୨ ବର୍ଷ ବୟସ ମଧ୍ୟରେ ତାଙ୍କ ମାଆ ଥରେ ଦୁଇ ଥର ତାଙ୍କୁ ବସାଇବାକୁ ଚେଷ୍ଟା କରିଥିଲେ। ମାତ୍ର ତାଙ୍କର ମନେ ବି ନାହିଁ ଯେ ସେ ଶେଷ ଥର ପାଇଁ କେବେ ବସିଥିଲେ। ତାଙ୍କର ଭୟ ରହିଛି ଯେ ସେ ବସିଲେ ତାଙ୍କ ଗୋଡ଼ ଅକାମୀ ହୋଇଯିବ।

 

ସମ୍ବନ୍ଧିତ ଖବର