ପୃଥିବୀର ପଡୋଶୀ ଗ୍ରହ ପ୍ରୋକସିମା ବି ରେ ବହୁଛି ବିଶାଳ ସମୁଦ୍ର, ଏଲିୟନ ରହୁଥିବା ସମ୍ଭାବନା !

ପୃଥିବୀ ଭଳି ଅନ୍ୟ ଗ୍ରହରେ ଜୀବନ ସମ୍ଭବ କି ନାହିଁ ତାହା ଉପରେ ଗବେଷଣା କରୁଥିବା ବୈଜ୍ଞାନିକଙ୍କୁ ଏକ ବଡ ସଫଳତା ମିଳିଛି। ଯାହା ମାନବ ସମାଜ ପାଇଁ ନୂଆ ଆଶା ସଞ୍ଚାର କରିଛି। ପୃଥିବୀ ନିକଟରେ ଏଭଳି ଏକ ଗ୍ରହ ରହିଛି ଯେଉଁଠାରେ ସମୁଦ୍ର ପ୍ରବାହିତ ହେଉଥିବା ଗବେଷଣାରୁ ଜଣାପଡିଛି। ଅର୍ଥାତ୍‌ ଏହି ଗ୍ରହରେ ଜୀବନ ସମ୍ଭବ ବୋଲି ଏକ ସମ୍ଭାବନା ସୃଷ୍ଟି ହୋଇଛି। ଏଭଳି ଏକ ଗ୍ରହ ହେଉଛି ପ୍ରୋକସିମା ବି।

ପ୍ରୋକସିମା ବି ଗ୍ରହ ପୃଥିବୀ ଠାରୁ ପ୍ରାୟ ୪.୨ ଆଲୋକ ବର୍ଷ ଦୂରରେ ଅବସ୍ଥିତ। ଦେଖିବାକୁ ଗଲେ ଏହା ପାଖାପାଖି ପୃଥିବୀର ଆକାର ପରି। ଆଉ ଏହି ଗ୍ରହରେ ତାପମାତ୍ରା ମାଇନସ ୯୦ ଡିଗ୍ରୀ ସେଲସିୟସରୁ ୩୦ ଡିଗ୍ରୀ ସେଲସିୟମ ମଧ୍ୟରେ ରହିଥାଏ। ୨୦୧୬ରେ ଏହି ଗ୍ରହକୁ ସନ୍ଧାନ କରାଯାଇଥିଲା। ସେବେଠାରୁ ଏହି ଗ୍ରହରେ ଜୀବନ ସମ୍ଭବ କି ନୁହେଁ ତାହା ଉପରେ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଥିଲେ।

ନାସାର ଗୋଡାର୍ଡ ଇନଷ୍ଟିଚ୍ୟୁଟ ଫର ସ୍ପେଶ ଷ୍ଟଡିଜର ବୈଜ୍ଞାନିକ ଅନୁଯାୟୀ, ଏହି ଗ୍ରହରେ ଜୀବନ ସମ୍ଭବ ବୋଲି ଏକ ସମ୍ଭାବନା ସୃଷ୍ଟି ହୋଇଛି। ଏଠାରେ ଏକ ବିଶାଳ ସମୁଦ୍ର ରହିଥାଇପାରେ ବୋଲି ଅନୁମାନ କରାଯାଉଛି। ଏପରିକି ଏନେଇ ପରୀକ୍ଷଣ ମଧ୍ୟ ହୋଇସାରିଛି। ତେବେ ସବୁଠାରୁ ବଡ କଥା ହେଲା, ଏହି ଗ୍ରହକୁ ପ୍ରୋକ୍ସିମା ସେଣ୍ଟାରୀ ନାମକ ଏକ ନକ୍ଷତ୍ର ଘେରି ରହିଛି। ଯେଉଁଥିପାଇଁ ଏହାର ଗୋଟିଏ ପାର୍ଶ୍ୱରେ ୨୪ ଘଣ୍ଟା ରାତି ଓ ଅନ୍ୟ ପାର୍ଶ୍ୱରେ ୨୪ ଘଣ୍ଟା ଦିନ ରହୁଥିବ ବୋଲି ଅନୁମାନ କରାଯାଉଛି। ଏପରିକି ଯେଉଁ କ୍ଷେତ୍ରରେ ୨୪ ଘଣ୍ଟା ଅନ୍ଧାର ରହୁଥିବ ସେହି ସ୍ଥାନରେ ପାଣି ବରଫ ଭାବେ ଜମାଟ ହେଇଯାଉଥିବ ବୋଲି ଅନୁମାନ କରାଯାଉଛି। ଏପରିକି ଏହି ଗ୍ରହରେ ଏଲିୟନ ବାସ କରୁଥିବା ମଧ୍ୟ ଅନୁମାନ କରାଯାଉଛି। ତେଣୁ ଆଗାମୀ ଦିନରେ ଏହି ଗ୍ରହ ଉପରେ ଅଧିକ ଅଧ୍ୟୟନ କରିବା ଦ୍ୱାରା ଏଠାରେ ଜୀବନ ସମ୍ଭବ କି ନୁହେଁ ତାହା ସାମ୍ନାକୁ ଆସିବ।

ସମ୍ବନ୍ଧିତ ଖବର