ଅର୍ଥନୀତି / ଇତିହାସ ପରୀକ୍ଷାରେ କିଭଳି ସତର୍କତା ଅବଲମ୍ବନ କରିବେ?

ଯଦି ଅର୍ଥନୀତି / ଇତିହାସ ପରୀକ୍ଷା ଦେଉଥାନ୍ତି ତେବେ ଏହି ସବୁ ଟିପ୍‌ସ ମନେ ରଖିବା ଉଚିତ୍‌ । ଏକଥା ଜାଣନ୍ତୁ …

ଅର୍ଥନୀତି : ଯେଉଁଠାରେ ଆବଶ୍ୟକ ହୁଏ, ସେଠାରେ ଡାୟାଗ୍ରାମ୍‌ କିମ୍ବା ରେଖା ଚିତ୍ର ( ଗ୍ରାଫ୍‌) ଇତ୍ୟାଦି ତିଆରି କରନ୍ତୁ ।

-କୌଣସି ତଥ୍ୟକୁ ଅସ୍ପଷ୍ଟ କିମ୍ବା ଅଧୁରା ଲେଖିବା ଅପେକ୍ଷା ନ ଲେଖିବା ବରଂ ଭଲ ।

– ସମ୍ବନ୍ଧିତ ସମସାମୟିକ ସୂଚନା ମାଧ୍ୟମରେ ସଂକ୍ଷେପରେ ଉତ୍ତର ଲେଖିଲେ, ଉତ୍ତର ଅଧିକ ପ୍ରଭାବଶାଳୀ ହୋଇଥାଏ ।

photo-indiatoday

ଇତିହାସ: ନିର୍ଦ୍ଧାରିତ ଶବ୍ଦ ସୀମା ଭିତରେ ରହି ଉତ୍ତର ଲେଖନ୍ତୁ । ଏକଥା ଭାବନ୍ତୁ ନାହିଁ ଯେ ଅଧିକ ଉତ୍ତର ଲେଖିଲେ ବେଶି ମାର୍କ ମିଳିଯିବ ।

-ଗୋଟିଏ ପ୍ରଶ୍ନ ସହିତ କେତେକ ଉପ-ପ୍ରଶ୍ନ ଥିଲେ, ସବୁଗୁଡିକରେ ଉତ୍ତର ଦିଅନ୍ତୁ ।

– କୌଣସି ଉତ୍ତରରେ ‘ମସିହା’ର ଉଲ୍ଲେଖ କରିବା ପୂର୍ବରୁ ଭଲଭାବେ ମନେ ପକାନ୍ତୁ । ଯଦି ସଠିକ୍‌ , ତେବେ ଲେଖନ୍ତୁ, କାରଣ ଇତିହାସ ବିଷୟରେ ମସିହା ସବୁଠୁଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

ସମ୍ବନ୍ଧିତ ଖବର