ବଜାରରେ ମିଳୁଥିବା ମୋଦୀଙ୍କ ମାସ୍କ ପିଲାଠୁ ବୃଦ୍ଧ ସମସ୍ତଙ୍କ ପସନ୍ଦ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ- ୨୦୨୨ରେ ବିଜେପିର ବିଜୟର ରଙ୍ଗ ବଜାରରେ ବି ଦେଖିବାକୁ ମିଳୁଛି। ରଙ୍ଗର ପର୍ବ ହୋଲି କିଛି ଦିନ ମଧ୍ୟରେ ଆସିବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ବଜାର ବିଜେପି ରଙ୍ଗରେ ବୁଡି ରହିଛି।

ଉତ୍ତରପ୍ରଦେଶର ପ୍ରୟାଗରାଜ ବଜାରରେ ‘ପିଏମ ମୋଦୀ ମାସ୍କ’, ରଙ୍ଗ ଏବଂ ପିଚକରୀ ବହୁ ବିକ୍ରି ହେଉଛି। ‘ପିଏମ ମୋଦୀ ମାସ୍କ’କୁ ଲୋକମାନେ ଅଧିକ ପସନ୍ଦ କରୁଛନ୍ତି ଏବଂ ଏହାର ଚାହିଦା ମଧ୍ୟ ରହିଛି।

ଜଣେ ଦୋକାନୀଙ୍କ କହିବା ଅନୁଯାୟୀ, “ମୋଦୀ ମାସ୍କର ଚାହିଦା ଅଧିକ ଏବଂ ଏହାର ବିକ୍ରି ମଧ୍ୟ ଭଲ ଚାଲିଛି। ଗତ ଦୁଇ ବର୍ଷ ତୁଳନାରେ ଚଳିତ ବର୍ଷ ବ୍ୟବସାୟ ଭଲ ରହିଛି।”

 

ବାସ୍ତବରେ, କରୋନା ହେତୁ ଲୋକମାନେ ଦୁଇ ବର୍ଷ ଧରି ଖୋଲାଖୋଲି ଭାବରେ ହୋଲି ପର୍ବ ପାଳନ କରିପାରୁ ନଥିଲେ।| କଠୋର ପ୍ରତିବନ୍ଧକ ମଧ୍ୟରେ ହୋଲି ଦୁଇ ବର୍ଷ ଧରି ପାଳନ କରାଯାଉଥିଲା । କିନ୍ତୁ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଚଳିତ ବର୍ଷ ହୋଲି ଖୋଳକୁ ନେଇ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଭରି ରହିଛି।

ଏଥିସହିତ ନିର୍ବାଚନର ଫଳାଫଳ ମଧ୍ୟ ନିକଟରେ ଆସି ଯାଇଛି। ଯେଉଁଥିରେ ବିଜେପି ସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଫେରିଛି। ଏଭଳି ପରିସ୍ଥିତିରେ ପ୍ରୟାଗରାଜ ବଜାରରେ ସ୍ୱତନ୍ତ୍ର ପ୍ରକାରର ପିଚକାରୀ ଏବଂ ମାସ୍କ ବିକ୍ରି ହେଉଛି । ପିଏମଙ୍କ ମାସ୍କ ଏବଂ ପିଚକାରୀକୁ ପିଲା ଏବଂ ଲୋକମାନେ ବହୁତ କିଣୁଛନ୍ତି।

ସମ୍ବନ୍ଧିତ ଖବର