ଏହି ଜର୍ମାନୀ ମହିଳାଙ୍କୁ ମିଳିବ ପଦ୍ମଶ୍ରୀ , ଜାଣନ୍ତୁ କାହିଁକି

ମଥୁରା :ଏଥର ପଦ୍ମଶ୍ରୀ ସମ୍ମାନ ପାଇଥିବା ମନୋନୀତ ହୋଇଥିବା ବ୍ୟକ୍ତିଙ୍କ ଭିତରେ ରହିଛନ୍ତି ତିନି ଜଣ ଗୋ ସେବକ।ଏମାନଙ୍କ ଭିତରେ ଅଛନ୍ତି ଜର୍ମାନୀର ମହିଳା ଫ୍ରେଡରିକ୍‌ ଇରିନା। ଗୋବର୍ଦ୍ଧନ ,ରାଧାକୁଣ୍ଡ ନିବାସୀ ମହିଳା ଫ୍ରେଡରିକ୍‌ ଇରିନା ବ୍ରୁନିଙ୍ଗ୍‌ ଜର୍ମାନୀର ନାଗରିକ,କିନ୍ତୁ ସେ ଗତ କିଛି ବର୍ଷ ହେବ ଭାରତରେ ରହି ଗୋସେବା କରି ଆସୁଛନ୍ତି। ସେ ଏବେ ଦେଶରେ ଗୋରକ୍ଷା କ୍ଷେତ୍ରରେ ଏକ ଉଦାହରଣ ହୋଇଛନ୍ତି।ଲୋକେ ତାଙ୍କ ‘ସୁଦେବୀ ମାତାଜୀ’ଭାବେ ସମ୍ବୋଧନ କରୁଛନ୍ତି।
ଫ୍ରେଡରିକ୍‌ ଇରିନା ନିଜର ଜୀବନ ବେସାହାରା ଓ ରୋଗଗ୍ରସ୍ତ ଗାଇମାନଙ୍କର ସେବାରେ ବିତାଇବା ଲାଗି ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ସୁରଭି ଗୋଶାଳାର ଶୁଭାରମ୍ଭ କରିଥିଲେ। ତାଙ୍କ ଗୋଶାଳାରେ ପ୍ରାୟ ୧୨୦୦ ଗାଇ ଓ ବାଛୁରି ଅଛନ୍ତି। ଏହି ଗୋଶାଳାରେ ୬୦ ଜଣ ଲୋକ କାମ କରନ୍ତି। ପ୍ରତି ମାସରେ ଏହି କାର୍ଯ୍ୟରେ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ସେ ଜର୍ମାନୀରେ ଥିବା ନିଜର ପୈତୃକ ସଂପତ୍ତିରୁ ଆଣିଥାନ୍ତି।
ଫ୍ରେଡରିକ୍‌ ୧୯୭୮ରେ ଭାରତ ଭ୍ରମଣରେ ଆସିଥିଲେ। ସେହି ସମୟରେ ସେ ମଥୁରାରେ ଗାଈମାନଙ୍କୁ ଦେଖି ସେ ଆକର୍ଷିତ ହୋଇଥିଲେ।ସେ ଗାଈ ମାନଙ୍କ ସଂପର୍କରେ ଅଧ୍ୟୟନ କରିଲେ ହିନ୍ଦୀ ପଢ଼ିବା ଆରମ୍ଭ କରିଥିଲେ। ଏହାପରେ ସେ ମଥୁରାରେ ହିଁ ରହି ଗୋସେବା କରି ଚାଲିଛନ୍ତି ବିଗତ ୪୦ ବର୍ଷ ହେବ। ସେ ଭାରତର ନାଗରିକତା ନେବାକୁ ଚାହାଁନ୍ତି। ଏହି କାରଣରୁ ଫ୍ରେଡରିକ୍‌ ମଥୁରାର ସାଂସଦ ହେମାମାଳିନୀଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର