ଅବିକଳ ମୃତ ପତ୍ନୀଙ୍କ ଭଳି ଦେଖାଯାଉଥିବା ମୂର୍ତ୍ତିକୁ ଧରି ଗୃହ ପ୍ରବେଶ କରି ସମସ୍ତଙ୍କୁ ଖୁସି କରିଦେଲେ ଶିଳ୍ପପତି

ବେଙ୍ଗାଲୁରୁ: କର୍ଣ୍ଣାଟକର ଜଣେ ଶିଳ୍ପପତି ନିଜ ପତ୍ନୀଙ୍କ ସ୍ମୃତିରେ ଏପରି କିଛି କରିଛନ୍ତି ଯାହାକୁ ଶୁଣି ଆପଣଙ୍କର ହୁଏତ ମୋଗଲ୍‌ ବାଦଶାହ ଶାହଜାହାନଙ୍କ କଥା ମନେ ପଡ଼ିବ। ଶିଳ୍ପପତି ଶ୍ରୀନିବାସ ଗୁପ୍ତା ପତ୍ନୀଙ୍କୁ ମନେ ପକାଇ ତାଜମହଲ ତ ନିର୍ମାଣ କରି ନାହାନ୍ତି କିନ୍ତୁ ପତ୍ନୀଙ୍କ ଏକ ମହମ  (ସିଲିକନ ଭ୍ୟାକ୍ସ) ମୂର୍ତ୍ତି ନିର୍ମାଣ କରି ପରିବାରର ସମସ୍ତ ସଦସ୍ୟଙ୍କୁ ଖୁସି କରି ଦେଇଛନ୍ତି। ଏହି ମୂର୍ତ୍ତି ଅତ୍ୟନ୍ତ ଜୀବନ୍ତ ହୋଇଛି ଓ  ଶ୍ରୀନିବାସଙ୍କ ପତ୍ନୀ ବସିଥିବା ଭଳି ଦିଶୁଛି।

Karnataka industrialist celebrates house warming with dead wife's ...
Coastal Digest

ଶ୍ରୀନିବାସଙ୍କ କହିବା ଅନୁସାରେ ତାଙ୍କୁ ତାଙ୍କ ପତ୍ନୀଙ୍କ କଥା ବହୁତ ମନେ ପଡ଼ୁଥିଲା। ପତ୍ନୀଙ୍କ ସ୍ୱପ୍ନ ଥିଲା ସେ ନିଜ ନୂଆ ଘରକୁ ନିର୍ମାଣ ହେବାର ଦେଖିବେ। ଶ୍ରୀନିବାସ ମଧ୍ୟ ନିଜ ଘରେ ମାଧବୀଙ୍କ ସହ ରହିବାକୁ ଚାହୁଁଥିଲେ। ଏଥିପାଇଁ ଲୋକେ ତାଙ୍କୁ ଭାକ୍ସର ଏକ ମୂର୍ତ୍ତି ସ୍ଥାପନ କରିବାର ପରାମର୍ଶ ଦେଇଥିଲେ ଏବଂ ଶ୍ରୀନିବାସ ସେମାନଙ୍କ ପରାମର୍ଶ ମାନିଥିଲେ।

ଏହାପରେ ଅଗଷ୍ଟ ୮ତାରିଖରେ ନିଜ ନୂଆ ଘରର ଗୃହପ୍ରବେଶ ଶ୍ରୀନିବାସ ନିଜ ଦିବଂଗତ ପତ୍ନୀ ମାଧବୀଙ୍କ ସହ କରିବେ ବୋଲି ସ୍ଥିର କରିଥିଲେ। ତେଣୁ ଗୃହପ୍ରବେଶ ଦିନ ଅତିଥିଙ୍କୁ ନିମନ୍ତ୍ରଣ କରି ମାଧବୀଙ୍କ ସିଲିକନ ଭ୍ୟାକ୍ସର ମୂର୍ତ୍ତି ନିର୍ମାଣ କରି ଷ୍ଟେଜରେ ରଖି ସୋଫାରେ ବସାଇ ନିଜେ ଶ୍ରୀନିବାସ ମଧ୍ୟ ସେଠାରେ ବସିଥିଲେ। ମାଧବୀଙ୍କ ସିଲିକନ୍‌ ଭ୍ୟାକ୍ସ ମୂର୍ତ୍ତିକୁ ଦେଖି ଯେମିତି ଲାଗୁଥିଲା ସେ ଏବେ ବି ଜୀବିତ ଅଛନ୍ତି।

Man misses late wife and installs her wax statue for housewarming ...
IndiaGlitz

ସୂଚନାଯୋଗ୍ୟ, ୩ ବର୍ଷ ପୂର୍ବେ ୨୦୧୭ ମସିହାରେ ଶ୍ରୀନିବାସ ନିଜ ପତ୍ନୀ ଏବଂ ୨ଝିଅଙ୍କ ସହ କାରରେ ଯାଉଥିଲେ। ଏହି ସମୟରେ ଏକ ଟ୍ରକ୍‌ ସହ ତାଙ୍କ କାରର ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ତାଙ୍କ ପତ୍ନୀ ମାଧବୀଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର