ଫେସ୍‌ମାସ୍କ ନପିନ୍ଧି ଧରାପଡ଼ିବା ପରେ ପୁଲିସ୍‌ ସହ ଯୁକ୍ତିତର୍କ କଲେ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା

ନୂଆଦିଲ୍ଳୀ: ମହାମାରୀ କରୋନା ଭାଇରସ୍‌ର ମୁକାବିଲା ପାଇଁ ‌ବାହାରକୁ ବାହାରିଲେ ଫେସ୍‌ମାସ୍କ ପିନ୍ଧିବାକୁ ସରକାର ବାଧ୍ୟତାମୂଳକ ଘୋଷଣା କରିବା ପରେ ବି ଏହି ନିୟମ ବେଳେ ବେଳେ ଭଙ୍ଗ ହେଉଥିବାର ଉଦାହରଣ ଦେଖିବାକୁ ମିଳୁଛି। କ୍ରିକେଟ୍‌ ତାରକା ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଏହି ନିୟମ ଉଲ୍ଲଂଘନ କରି ପୁଲିସ୍‌ ହାତରେ ଧରା ପଡ଼ିଛନ୍ତି। କେବଳ ସେତିକି ନୁହେଁ, ସେ ନିୟମ ଉଲ୍ଲଂଘନ କରି ପୁଲିସ୍‌ ହାତରେ ଧରାପଡ଼ିବା ପରେ ପୁଲିସ୍‌ ସହ ଯୁକ୍ତତର୍କ ବି କରିଥିବା ସୂଚନା ରହିଛି।

ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ କହିବା ମୁତାବକ, ସୋମବାର ରାତିରେ ଜାଡେଜା କାର୍‌ ଚଳାଉଥିଲେ। ଗାଡ଼ି ଚଳାଇବା ବେଳେ ରବୀନ୍ଦ୍ର ଫେସ୍‌ମାସ୍କ ପିନ୍ଧିଥିବା ବେଳେ ତାଙ୍କ ପତ୍ନୀ ମାସ୍କ ପରିଧାନ କରି ନଥିଲେ। ଏହି କାରଣରୁ ପୁଲିସ୍‌ ଜାଡେଜାଙ୍କୁ ଅଟକାଇଥିଲା। ହେଡ୍‌ କନ୍‌ଷ୍ଟେବଲ୍‌ ସୋନାଲ ଗୋସାଇଙ୍କ ସହ ରିଭାବାଙ୍କର ଖୁବ୍ ଜୋର୍‌ରେ ଯୁକ୍ତିତର୍କ ହୋଇଥିଲା।

Ahmedabad Mirror

ଏ ନେଇ ଡିସିପି ମନୋହର ସିଂହ ଜାଡେଜା କହିଛନ୍ତି ‌କି ‘ଆମର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ରିଭାବା ଜାଡେଜା ମାସ୍କ ପିନ୍ଧି ନଥିଲେ। ସେ ମାସ୍କ ପିନ୍ଧିନାହାନ୍ତି ବୋଲି ଜଣାପଡ଼ିବା ପରେ କିଶନପରା ଛକରେ ତାଙ୍କ ଗାଡ଼ିକୁ ଅଟକା ଯାଇଥିଲା।’

ସୂଚନା ରହିଛି ଯେ ରିଭାବାଙ୍କ ସହ ଅତ୍ୟଧିକ ଯୁକ୍ତିତର୍କ କରିବା ପରେ ଅଚାନକ ଅସୁସ୍ଥ ହୋଇପଡ଼ିଥିଲେ ହେଡ୍‌ କନ୍‌ଷ୍ଟେବଲ୍‌ ସୋନାଲ ଗୋସାଇ। ସୋନାଲଙ୍କୁ ଅସହଜ ଅନୁଭବ ହେବାରୁ ତାଙ୍କୁ ତତ୍‌କ୍ଷଣାତ ଡାକ୍ତରଖାନାକୁ ନିଆଯାଇଥିଲା। ହସ୍ପିଟାଲ୍‌ରେ ଭର୍ତ୍ତି ହେବାର ଅଧ ଘଣ୍ଟା ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇ ଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ସମ୍ବନ୍ଧିତ ଖବର