ହେଲିସିଙ୍କିରେ ‘ମିତ୍ର’ ରୋବୋଟ୍‌

ହାଇଦ୍ରାବାଦରେ ଅନୁଷ୍ଠିତ ବିଶ୍ୱ ଔଦ୍ୟୋଗିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାକୁ ପ୍ରତିନିଧିତ୍ୱ କରିଥିବା ଇଭାଙ୍କା ଟ୍ରମ୍ପ୍‌ଙ୍କ ବ୍ୟତୀତ ଯାହା ଅନ୍ୟମାନଙ୍କ ପାଇଁ ଅନ୍ୟତମ ଆକର୍ଷଣର କେନ୍ଦ୍ର ଥିଲା, ତାହା ହେଉଛି ‘ମିତ୍ର’ ରୋବୋଟ୍‌। ଏହାକୁ ପ୍ରଥମ ଥର ପାଇଁ ଏଭଳି ବିଶ୍ୱସ୍ତରୀୟ ସମ୍ମିଳନୀରେ ପ୍ରଦର୍ଶନ କରାଯାଇଛି। ‘ମିତ୍ର’ର କାର୍ଯ୍ୟଦକ୍ଷତା ଅନେକ; ତେବେ, ଏଠାରେ କେବଳ ମୋଦୀ ଓ ଇଭାଙ୍କାଙ୍କୁ ସ୍ୱାଗତ କରିବାରେ ସୀମିତ ରଖାଯାଇଛି। ଏହା ପରେ ‘ମିତ୍ର’କୁ ହାଇଦ୍ରାବାଦରୁ ଫିନ୍‌ଲାଣ୍ଡ୍‌ର ହେଲେସିଙ୍କି ନିଆଯିବ ଏବଂ ନଭେମ୍ବର ୩୦ ତାରିଖ ଅର୍ଥାତ୍‌ ଆଜି ଅନୁଷ୍ଠିତ ହେବାକୁ ଥିବା ଆଉ ଏକ ବିଶ୍ୱସ୍ତରୀୟ ସମ୍ମିଳନୀରେ ଏହାର ପ୍ରଦର୍ଶନ ହେବ ବୋଲି ଜଣାପଡ଼ିଛି। ବେଙ୍ଗଲୁରୁସ୍ଥିତ ଏକ ଷ୍ଟାଟ୍‌ର୍-ଅପ୍‌ ଦ୍ୱାରା ଏହି ରୋବୋଟ୍‌ ବିକଶିତ। ଏହାକୁ ଜଣେ ନିଜର ସାଥୀ ଭାବେ ଗ୍ରହଣ କରିପାରିବ। କୌଣସି ଉତ୍ସବର ଫଟୋ ଉତ୍ତୋଳନଠାରୁ ଦର୍ଶକଙ୍କୁ ମନୋରଂଜନ କରାଇବା, ନିଜ ଗ୍ରାହକଙ୍କୁ ଭେଟି କଥାବାର୍ତ୍ତା କରିବା, ଆଲୋଚନାରେ ଭାଗ ନେବା, ଅତିଥି ଅଭ୍ୟର୍ଥନା ଭଳି କାର୍ଯ୍ୟ କରିବାକୁ ଏହା ସକ୍ଷମ।

ସମ୍ବନ୍ଧିତ ଖବର