ଏଣିକି ନମୋ ଆପରେ ମିଳିବ ପୋଷାକ : ଏହି ବ୍ୟବସାୟରୁ ଆସିବାକୁ ଥିବା ଅର୍ଥ ସ୍ୱଚ୍ଛ ଗଙ୍ଗା ପାଣ୍ଠିରେ ହେବ ଖର୍ଚ୍ଚ!

ପବିତ୍ର ଗଙ୍ଗା ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ହେଲେ ଦିନକୁ ଦିନ ଗଙ୍ଗାନଦୀରେ ପ୍ରଦୂଷଣ ବଢିବାରେ ଲାଗିଛି। ଏହି ନଦୀର ପାଣି ଧିରେ ଧିରେ ବିଷାକ୍ତ ହେବାରେ ଲାଗିଛ। ପ୍ରଦୂଷିତ ହୋଇଯାଇଛି ଗଙ୍ଗା। କିଛିଦିନ ତଳେ ଅନ୍ତରାଷ୍ଟ୍ରୀୟ ସ୍ତରର ଏନଜିଓ ଡବ୍ଲୁ ଡବ୍ଲୁ ଏଫ ଗଙ୍ଗା ନଦୀକୁ ବିଶ୍ୱର ସବୁଠାରୁ ପ୍ରଦୂଷିତ ନଦୀ ବୋଲି ନିଜ ରିପୋର୍ଟରେ ପ୍ରକାଶ କରିଥିଲା। ତେବେ ଏହି ନଦୀକୁ ସ୍ୱଚ୍ଛ କରିବା ପାଇଁ ମୋଦି ସରକାର ଏକ ନିଆରା ପଦକ୍ଷେପ ନେଇଛନ୍ତି।

ନମୋ ଆପରେ ଏଣିକି ବିକ୍ରି ହେବ ପୋଷାକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆପ୍‌ ହେଉଛି ନମୋ। ଆଉ ଏହି ଆପରେ ଯୋଡା ହୋଇଛି ୩ଟି ନୂଆ ବୈଶିଷ୍ଟ୍ୟ। ଏବେ ଏହି ଆପରେ ଲୋକେ ପାଇବେ ପୋଷାକ ଏବଂ ଅନ୍ୟାନ୍ୟ ଘରୋଇ ସାମଗ୍ରୀ। ଏଥି ସହିତ ଏହି ଆପ୍‌ ଜରିଆରେ ଗ୍ରାହକ ‘ସ୍ୱଚ୍ଛ ଗଙ୍ଗା ପାଣ୍ଠି’କୁ ଅନୁଦାନ ମଧ୍ୟ ଦେଇପାରିବେ।

୨୦୧୫ରେ ଆରମ୍ଭ ହୋଇଥିବା ଏହି ନମୋ ଆପରେ ଏବେ ସୁଦ୍ଧା ୧କୋଟି ଉପଭୋକ୍ତା ଅଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ଏବେ ଏହି ଆପ ଜରିଆରେ ଏବେ ପୋଷାକ ବିକ୍ରି କରାଯିବ ଏବଂ ଏହି ବ୍ୟବସାୟରୁ ଆସିବାକୁ ଥିବା ଅର୍ଥ ସ୍ୱଚ୍ଛ ଗଙ୍ଗା ପାଣ୍ଠିରେ ଖର୍ଚ୍ଚ କରାଯିବା ନେଇ ସୂଚନା ରହିଛି।

ସମ୍ବନ୍ଧିତ ଖବର