ଗୀତା ମେହେଟ୍ଟାଙ୍କ ପଞ୍ଜୀକରଣ କରାଇଲେ ମୁଖ୍ୟମନ୍ତ୍ରୀ

ବିଦେଶରୁ ଫେରିଛନ୍ତି ଗୀତା, ଟ୍ବିଟ୍‌ କରି ଜଣାଇଲେ ନବୀନ

ଭୁବନେଶ୍ବର : ବିଦେଶରୁ ଫେରୁଥିବା ବ୍ୟକ୍ତିମାନେ ନିର୍ଦ୍ଧାରିତ ସରକାରୀ ପୋର୍ଟାଲ୍‌ରେ ସମସ୍ତ ତଥ୍ୟ ଦେଇ ପଞ୍ଜୀକରଣ କରିବା ବାଧ୍ୟତାମୂଳକ ହୋଇଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ମଧ୍ୟ ପଞ୍ଜୀକରଣ ହୋଇଛି। ବିଦେଶରୁ ଫେରିଥିବା ଗୀତାଙ୍କର ସମସ୍ତ ବିବରଣୀ ସହ ସରକାରୀ ପୋର୍ଟାଲ୍‌ରେ ଖୋଦ୍ ମୁଖ୍ୟମନ୍ତ୍ରୀ ପଞ୍ଜୀକରଣ କରାଇଛନ୍ତି। ଆଜି ଟ୍ବିଟ୍‌ ଯୋଗେ ନିଜେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ବିଦେଶରୁ ଫେରୁଥିବାର ପରିବାର ସଦସ୍ୟ କିମ୍ବା ବନ୍ଧୁମାନଙ୍କର ସମସ୍ତ ତଥ୍ୟ ଦେଇ ଉଦ୍ଦିଷ୍ଟ ସରକାରୀ ୱେବ୍‌ସାଇଟ୍‌ରେ ପଞ୍ଜୀକରଣ କରିବାକୁ ଶ୍ରୀ ପଟ୍ଟନାୟକ ପୁଣି ଥରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ଓଡ଼ିଶାକୁ ଏହା କରୋନା ଭାଇରସ୍‌ରୁ ରକ୍ଷା କରିପାରିବ ବୋଲି ସେ କହିଛନ୍ତି।

ସୂଚନା‌େଯାଗ୍ୟ ଯେ ବିଦେଶ ଫେରନ୍ତା ବ୍ୟକ୍ତି ଓଡ଼ିଶା ଛୁଇଁବାର ୨୪ ଘଣ୍ଟା ଭିତରେ ନିଜର ପଞ୍ଜୀକରଣ କରିବାକୁ ବାଧ୍ୟ। ସେମାନେ ୧୦୪ ଟୋଲ୍‌ ଫ୍ରି ନମ୍ବର କିମ୍ବା ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ପୋର୍ଟାଲ୍‌ ଜରିଆରେ ନାମ ପଞ୍ଜୀକରଣ କରିପାରିବେ। ଫଳରେ ସେମାନଙ୍କୁ ପରବର୍ତ୍ତୀ ସମ‌ୟରେ ଟ୍ରାକିଂ କରାଯାଇପାରିବ। ସେହି ବ୍ୟକ୍ତିମାନେ ଘରେ ସଙ୍ଗରୋଧରେ ରହିବେ ଓ ସେମାନଙ୍କ ସହିତ ନିୟମିତ ଭାବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଯୋଗ କରାଯିବ। ସଙ୍ଗରୋଧ ସମୟ ଶେଷ ହେଲା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ହଜାର ଟଙ୍କାର ପ୍ରୋତ୍ସାହନ ରା‌ଶି ପ୍ରଦାନ କରାଯିବ।  ଆମେରିକାରୁ ଫେରିଥିବା ଗଜପତି ମହାରାଜା ଦିବ୍ୟସିଂହଦେବ ଗତକାଲି ତାଙ୍କର ଓ ତାଙ୍କ ପରିବାର ସଦସ୍ୟଙ୍କ ନାମ ପଞ୍ଜୀକରଣ କରାଇବା ସହ ନିଜ ଘରେ ସଙ୍ଗରୋଧରେ ରହିଛନ୍ତି।

ସମ୍ବନ୍ଧିତ ଖବର