୧୪ମାସର ଶିଶୁକୁ ମା’ ଏହି କାରଣରୁ ପ୍ରତିଦିନ କ୍ଷୀର ବଦଳରେ ପିଆଉଛନ୍ତି ଦେଢ଼ ଲିଟର କଫି
ନୂଆଦିଲ୍ଲୀ: ଛୋଟପିଲାଙ୍କ ସ୍ୱାସ୍ଥ୍ୟର ପୋଷଣ ପାଇଁ କ୍ଷୀରର ଅନେକ ଆବଶ୍ୟକତା ରହିଛି। କିନ୍ତୁ ଇଣ୍ଡୋନେସିଆର ଯେଉଁ ଲୋକମାନଙ୍କ ଅର୍ଥାଭାବ ରହିଛି ସେମାନେ ତାଙ୍କ ପିଲାଙ୍କୁ କ୍ଷୀର ବଦଳରେ କଫି ପିଆଉଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଛୋଟ ପିଲାର ଏକ କାହାଣୀ ଭାଇରାଲ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
Seorang bayi perempuan berusia 14 bulan di Polewali Mandar, Sulbar, Hadijah Haura, menghabiskan lima gelas atau setara 1,5 liter kopi setiap hari. https://t.co/GcWmAcmDMz
— Kompas.com (@kompascom) September 16, 2019
ପୋଲବଲି ମଂଦାରର ପଶ୍ଚିମ ସୁଲାବେସିରେ ସାଫିରୁଦ୍ଦିନ ଓ ଅନିତା ବସବାସ କରନ୍ତି। ତେବେ ସୋସିଆଲ ମିଡିଆରେ ସାଫିରୁଦ୍ଦିନ ଓ ଅନିତାଙ୍କ ୧୪ ମାସର ଶିଶୁ ହଦିଜାଙ୍କ କଫି ପିଆକୁ ନେଇ ଚର୍ଚ୍ଚା ହେଉଛି । ହଦିଜା ଦିନକ ଭିତରେ ଦେଢ଼ ଲିଟର କଫି ପିଇ ଥାଆନ୍ତି।
ବାପା ସାଫିରୁଦ୍ଦିନ ଓ ମା’ ଅନିତା କହନ୍ତି, ହଦିଜା ଯେତେବେଳେ ଛଅମାସର ହୋଇଥିଲା ସେବେଠାରୁ ତାକୁ ଦିନକ ଭିତରେ ୫କପ୍ କଫି ଅର୍ଥାତ ଦେଢ଼ ଲିଟର କଫି ପିଆଇ ଆସୁଛୁ। kopi tubruk ଇଣ୍ଡୋନେସିଆର କଫି। ଯାହା ବହୁତ ସାଧାରଣ ଓ ଶସ୍ତା ବି। ମୁଁ ଓ ମୋର ସ୍ୱାମୀ ନଡ଼ିଆ ବଗିଚାରେ ପ୍ରତିଦିନ ଶୁଖା ନଡିଆ ବାହାର କରିବା କାମ କରିଥାଉ। ଏଥିରୁ ଯେତିକି ରୋଜଗାର ହୋଇଥାଏ ସେଥିରେ ପ୍ରତିଦିନ ଶିଶୁକୁ କ୍ଷୀର କିଣି ଦେଇ ହୋଇ ନଥାଏ। ତେଣୁ କଫି ପିଆଇ ହଦିଜାକୁ ଶୁଆଇ ଥାଉ।