ବିଲେଇର ଫଟୋ ଟୁଇଟ କରି ମୁମ୍ବାଇ ପୁଲିସ କହିଲେ- କେବଳ ‘ମିଆଁଉ ମିଆଁଉ’କୁ ଅନୁମତି ଅଛି…

ମୁମ୍ବାଇ: ମୁମ୍ବାଇ ପୁଲିସ ପୁଣିଥରେ ମଜାଳିଆ ଓ ସୃଜନାତ୍ମକ ଟୁଇଟ ପାଇଁ ଚର୍ଚ୍ଚାରେ ରହିଛି। ମୁମ୍ବାଇ ପୁଲିସ ଟୁଇଟ କରି ଲେଖିଛିି, ‘କେବଳ ମିଆଁଉ ମିଆଁଉ’କୁ ସ୍ୱୀକାର କରାଯିବ। ଏଥିସହିତ # SayNoToDrugs ସହିତ ଏହି ପୋଷ୍ଟକୁ ବି ସେୟାର କରାଯାଇଛି। ଏଥିରେ ଏହା ଏକ ବାର୍ତ୍ତା ନୁହେଁ, ଏକ ଚେତାବନୀ ବୋଲି କୁହାଯାଇଛି।

ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ କି ‘ମିଆଁଉ ମିଆଁଉ’ର ଅର୍ଥ ଏକ ‘ଷ୍ଟ୍ରିଟ୍‌ ଡ୍ରଗ୍‌’ ହୋଇଥାଏ। ଏହାର ବୈଜ୍ଞାନିକ ନାମକରଣ “mephedrone”। କେବଳ ଏତିକି ନୁହେଁ ଏହି ଡ୍ରଗ ‘କୋକିନ୍‌’ ଭଳି ମନୁଷ୍ୟ ଶରୀର ଉପରେ ପ୍ରଭାବ ପକାଇଥାଏ। ‘ମିଆଁଉ ମିଆଁଉ’ର ପ୍ରସାର ୨୦୦୭ରେ ଆରମ୍ଭ ହୋଇଥିଲା।

 

ମିନ୍ଥେଟିକ୍‌ ବିଡ଼ ଭଳି ଏହାକୁ ଅନୁସୂଚୀ ୧ର ଡ୍ରଗ ଲିଷ୍ଟରେ ସାମିଲ କରାଯାଇଛି। ଭାରତରେ ପ୍ରତିବର୍ଷ ୨ଅକ୍ଟୋବରକୁ ଜାତୀୟ ନିଶା ବିରୋଧୀ ଦିବସ ଭାବେ ପାଳନ କରାଯାଇଥାଏ। ମହାତ୍ମା ଗାନ୍ଧୀ ବି ନିଜ ଭାଷଣରେ ଡ୍ରଗ୍ସର ବ୍ୟବହାରକୁ ନେଇ ନିନ୍ଦା କରିଥିଲେ।

ଯେଉଁ ବ୍ୟକ୍ତି ମାଦକ ଦ୍ରବ୍ୟର ଅଭ୍ୟାସରେ ପଡ଼ିଯାଏ ତାହାର ଘର, ପରିବାର, କ୍ୟାରିୟର ଆଦି ସବୁକିଛି ନଷ୍ଟ ହୋଇଯାଇଥାଏ। ତେବେ ଅଧିକାଂଶ ଲୋକ ମଜାମସ୍ତି ସାଙ୍ଗସାଥୀରେ ପଡ଼ି ମାଦକ ଦ୍ରବ୍ୟ ସେବନ କରିବା ଅଭ୍ୟାସରେ ପଡ଼ି ଯାଇଥାଆନ୍ତି। ଆଉ ଥରେ ଏହି ଅଭ୍ୟାସରେ ପଡ଼ିଥିଲେ ଏଥିରୁ ନିଜକୁ ନିବୃତ୍ତ କରିବା ବହୁତ କଷ୍ଟକର ବ୍ୟାପାର ହୋଇଥାଏ।

ସମ୍ବନ୍ଧିତ ଖବର