ଇନ୍ଦିରା ଗାନ୍ଧୀଙ୍କ ଜନ୍ମଗୃହ ସ୍ୱରାଜ ଭବନରେ ପହଞ୍ଚି ଜେଜେମାଆଙ୍କୁ ମନେ ପକାଇଲେ ପ୍ରିୟଙ୍କା, ଭାବପ୍ରବଣ ହୋଇ ଲେଖିଲେ ଟ୍ଵିଟ୍

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପ୍ରଚାର କରିବା ପାଇଁ ପ୍ରୟାଗରାଜରେ ପହଞ୍ଚିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ନିର୍ବାଚନ ଉଦେଶ୍ୟରେ ପ୍ରୟାଗରାଜ ଗସ୍ତ କରିଥିବା ପ୍ରିୟଙ୍କା ରବିବାର ସ୍ୱରାଜ ଭବନରେ ପହଞ୍ଚିଛନ୍ତି। ଏହା ହେଉଛି ସେହି ଭବନ, ଯାହାକୁ ତିଆରି କରିିଥିଲେ ମୋତିଲାଲ ନେହେରୁ।  ପରେ ଏହାକୁ କଂଗ୍ରେସ କମିଟି କାର୍ଯ୍ୟାଳକୁ ଦିଆଯାଇଥିଲା। ଏହି ଭବନରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜନ୍ମଲାଭ କରିଥିଲେ।

ନେହେରୁ ପରିବାର ସହ ଯୋଡ଼ା ଐତିହାସିକ ସାମଗ୍ରୀ ସବୁ ଆଜି ବି ଏଠାରେ ରହିଛି। ଏବେ ଏହି ଐତିହାସିକ ଭବନ ଏକ ସଂଗ୍ରହାଳୟ ରୂପରେ ରହିଛି। ପ୍ରିୟଙ୍କା ଗାନ୍ଧୀ ରବିବାର ସ୍ୱରାଜ ଭବନରେ ପହଞ୍ଚିବା ପରେ ଭାବପ୍ରବଣ ହୋଇ ନିଜ ଜେଜେମାଆ ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଇଛନ୍ତି।

 

ପ୍ରିୟଙ୍କା ଟ୍ଵିଟ୍‌ କରି ଲେଖିଛନ୍ତି, ‘ସ୍ୱରାଜ ଭବନର ଅଗଣାରେ ବସିଲେ ସେ ଘର ଦିଶୁଛି। ଯେଉଁଠି ମୋ ଜେଜେମାଆ ଜନ୍ମ ହୋଇଥିଲେ। ରାତିରେ ଶୋଇବା ବେଳେ ମାଆ ମୋତେ ଜନ୍‌ ଅଫ୍‌ ଆର୍କର କାହାଣୀ ଶୁଣାଉଥିଲେ। ଆଜି ବି ତାଙ୍କ ଶବ୍ଦରେ ମନକୁ ଆନ୍ଦୋଳିତ କରୁଛି। ସେ କହୁଥିଲେ ନିର୍ଭୀକ ହୁଅ, ସବୁ କିଛି ଠିକ୍‌ ହେବ।’

ସମ୍ବନ୍ଧିତ ଖବର