ହନୁମାନଙ୍କୁ ଦେଖି କାହିଁକି ରାହୁ ପଳାୟନ କରିଥିଲେ ?

ବ୍ରହ୍ମାଦିପୁରାଣ ଅନୁଯାୟୀ ଶ୍ରୀହନୁମାନ ବୃଷାକପି ଅର୍ଥାତ୍‌ ଶିବ-ବିଷ୍ଣୁଙ୍କ ତେଜୋମୟ ଦିବ୍ୟ ବିଗ୍ରହଧାରୀ ଦେବତା ରୂପରେ ନିରୁପତି ହୋଇଛନ୍ତି । ସମସ୍ତ ପୁରାଣ ତଥା ବିବିଧ ରାମାୟଣ ଅନୁସାରେ ଦୈବସୂତ ମନ୍ଵନ୍ତରରେ ଚବିସତମ ତ୍ରେତୟା ଯୁଗରେ ସେ ଅଂଜନା ନାମ୍ନୀ ଅପ୍‌ସରାଙ୍କ ଠାରୁ କେସରୀଙ୍କ ପୁତ୍ର ରୂପେ ଅବତୀର୍ଣ୍ଣ ହୋଇଥିଲେ । ତାଙ୍କ ନାମ କାହିଁକି ହନୁମାନ ହୋଇଥିଲା, ତା’ପଛରେ ବି ମଧ୍ୟ ଏକ କାହାଣୀ ଅଛି ।

ଶ୍ରୀହନୁମାନଜୀ ଜନ୍ମ ଗ୍ରହଣ କରିବାର ଘଣ୍ଟା ବ୍ୟତୀତ ହେବା ପରେ ତାଙ୍କୁ ଖୁବ୍‌ ଜୋରରେ ଭୋକ ଲାଗିଲା । ମାତାଙ୍କ ସ୍ତନ୍ୟପାନରେ ସେ ସଂପୂର୍ଣ୍ଣ ତୃପ୍ତ ହୋଇ ପାରିଲେନି । ଏଥିରେ ଚିନ୍ତିତ ହୋଇ ମାତା ଅଂଜନା କିଛି ଫଳମୂଳ ସଂଗ୍ରହ କରିବାକୁ ପ୍ରସ୍ଥାନ କଲେ । ଏଣେ ସୂର୍ଯ୍ୟୋଦୟ ହେଲା । ସୂର୍ଯ୍ୟାଲୋକରେ ଚତୁର୍ଦ୍ଦିଗ ଆଲୋକିତ ହେଲା । ଆକାଶରେ ସୂର୍ଯ୍ୟକୁ ଦେଖି ହନୁମାନ ଭାବିଲେ ବୋଧହୁଏ ଏହା ଏକ ବଡଲାଲ୍‌ ଫଳ । ଏଣୁ ସେ ତା’କୁ ଖାଇବା ପାଇଁ ଆକାଶକୁ ଡିଆଁ ମାରିଲେ ।

ରାହୁ ମଧ୍ୟ ସୂର୍ଯ୍ୟଙ୍କୁ ଗ୍ରସ୍ତ କରିବା ପାଇଁ ପହଂଚିଥିଲେ । ହନୁମାନଜୀଙ୍କ ବିଶାଳ ଆକାର-ପ୍ରକାର ଓ ସେ ସୂର୍ଯ୍ୟଙ୍କୁ ଗିଳିବା ପାଇଁ ଉଦ୍ୟତ ହେଉଥିବାର ଦେଖି ରାହୁ ଦୌଡି ପଳାୟନ କରିଲେ । ରାହୁ ତତ୍‌କ୍ଷଣାତ୍‌ ଦେବରାଜ ଇନ୍ଦ୍ରଙ୍କ ପାଖକୁ ଯାଇ ଜଣାଇଲେ ଯେ ଅନ୍ୟ ଏକ ମହାରାହୁ ମୋର ଅଧିକାର ଛିନ୍ନ କରି ସୂର୍ଯ୍ୟଙ୍କୁ ଗ୍ରାସ କରିବାକୁ ଉଦ୍ୟମ କରୁଛି ।

ସମ୍ବନ୍ଧିତ ଖବର