ନିଜର ୫୦ ତମ ବିବାହ ବାର୍ଷିକୀରେ ଜଲଓ୍ଵା ଦେଖାଇଲେ ଶିଖ୍‌ ଦମ୍ପତି, ଭାଇରାଲ ହେବାରେ ଲାଗିଛି ଭିଡିଓ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କୌଣସି ଭିଡିଓ ଭାଇରାଲ ହେବା ଘଟଣା ନୂଆ ନୁହେଁ । ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଥିବାର ଦେଖା ଯାଇଥାଏ । କିନ୍ତୁ ଏବେ ଯେଉଁ ବୃଦ୍ଧ ଶିଖ୍‌ ଦମ୍ପତିଙ୍କ ନାଚିବାର ଭିଡିଓ ଭାଇରାଲ ହେଉଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏ ବୟସରେ ମଧ୍ୟ ଜୀବନକୁ କେମିତି ବଞ୍ଚିବାକୁ ହୁଏ ତାହା ଏହି ଦମ୍ପତି ଅନ୍ୟମାନଙ୍କୁ ଶିଖାଇଛନ୍ତି । ଭିଡିଓରେ ଦମ୍ପତି ଏବେ ଟ୍ରେଣ୍ଡରେ ଥିବା ଗୀତ ଲାମ୍ବରଗିନିର ତାଳେ ତାଳେ ନାଚୁଥିବାର ଦେଖିବାକୁ ମିଳିଛି ।

ଭିଡିଓ ଉତ୍ତୋଳନ କରିବା ପରେ ଦମ୍ପତିଙ୍କ ଝିଅ ଏହାକୁ ୟୁଟ୍ୟୁବ୍‌ରେ ପୋଷ୍ଟ କରିଥିଲେ । ଯାହାକୁ ଏ ପର୍ଯ୍ୟନ୍ତ ୧୦,୬୮୨ଜଣ ଦେଖି ସାରିଲେଣି । ୟୁଟ୍ୟୁବ୍‌ରେ ପୋଷ୍ଟ ହେବା ପରେ ଟୁଇଟ୍‌ରରେ ମଧ୍ୟ ଏହାକୁ ନେଇ ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି । ଭିଡିଓଟି ଟୁଇଟ୍‌ରରେ ମଧ୍ୟରେ ଘୁରି ବୁଲୁଥିବାର ଦେଖାଯାଇଛି । ଦେଶ ବିଦେଶର ଲୋକମାନେ ବୃଦ୍ଧ ଦମ୍ପତିଙ୍କ ଉର୍ଜାକୁ ଦେଖି ପ୍ରଶଂସା କରିବାରେ ଲାଗିଛନ୍ତି ।

ସମ୍ବନ୍ଧିତ ଖବର