କେବଳ ଏକ ଏସ୍‌ଏମ୍‌ଏସ୍‌ ଦ୍ୱାରା ଜାଣିପାରିବେ, କିଣୁଥିବା ଔଷଧ ଅସଲି ନା ନକଲି !!

ଖୁବ୍‌ ଶୀଘ୍ର ରୋଗୀ ଏବଂ ଗ୍ରାହକ କେବଳ ମାତ୍ର ଏକ ଏସ୍‌ଏମ୍‌ଏସ୍‌ କିମ୍ବା ହ୍ଵାଟ୍ସଆପ୍‌ ମେସେଜ କରି କିଣୁଥିବା ଔଷଧ ଅସଲି ନା ନକଲି, ତାହା ଜାଣିପାରିବେ। ପ୍ରକୃତରେ ଫାର୍ମାସିଟିକାଲ୍‌ କମ୍ପାନିଗୁଡ଼ିକ ନିଜର ଅଧିକ ବିକ୍ରି ହେଉଥିବା ଔଷଧଗୁଡ଼ିକରେ ଏକ ସ୍ୱତନ୍ତ୍ର କୋର୍ଡବାର ଛାପିବା ପାଇଁ ଯାଉଛନ୍ତି।ଆଗାମୀ ତିନି ମାସ ମଧ୍ୟରେ ଏହି କୋର୍ଡବାର ଗୁଡ଼ିକୁ ଔଷଧ ଖୋଳରେ ଛପା ଯିବା ପାଇଁ ଯୋଜନା ଚାଲିଛି। ଏଥିପାଇଁ ପ୍ରଥମ ପର୍ଯ୍ୟୟରେ ୩୦୦ଟି ଔଷଧ ବ୍ରାଣ୍ଡକୁ ଚୟନ କରାଯାଇଛି।

Livemint

କିପରି ପରଖିବେ ଅସଲି ନା ନକଲି :
୩୦୦ଟି ଫର୍ମାସିଟିକାଲ୍‌ ବ୍ରାଣ୍ଡର ଔଷଧ ପଛରେ ୧୪ ଅଙ୍କ ବିଶିଷ୍ଟ ଏକ ନମ୍ବର ଲେଖାଥିବ । ଏଥି ସହ ଔଷଧ ପ୍ରସ୍ତୁତ କରିଥିବା କମ୍ପାନିର ଫୋନ୍‌ ନମ୍ବର ମଧ୍ୟ ସେଥିରେ ଲେଖାଥିବ। ଗ୍ରାହକଙ୍କୁ କେବଳ ୧୪ ଅଙ୍କ ବିଶିଷ୍ଟ ନମ୍ବରକୁ ସେହି ଫୋନ୍‌କୁ ପଠାଇବାକୁ ପଡ଼ିବ । ଯାହାଫଳରେ କମ୍ପାନି ଗ୍ରାହକଙ୍କୁ ଔଷଧ ବିଷୟରେ ସମସ୍ତ ସୂଚନା ପ୍ରଦାନ କରିବା ସହ ତାହା ଅସଲି ନା ନକଲି ତାହା ମଧ୍ୟ କହିବେ ।

Livemint

ଏହି ପ୍ରସ୍ତାବକୁ ଡ୍ରଗ୍‌ ଟେକ୍‌ନିକାଲ ଆଡ୍‌ଭାଇଜର୍‌ ବୋର୍ଡ ତରଫରୁ ଟ୍ରେସ୍‌ ଏଣ୍ଡ ଟ୍ରାକ୍‌ ପ୍ରୋପଜାଲ ଦ୍ୱାରା ସ୍ୱୀକୃତି ପ୍ରଦାନ କରାଯାଇଛି। ଏହା ଦ୍ୱାରା ଗ୍ରାହକ ସହଜରେ ଅସଲି ଏବଂ ନକଲି ମଧ୍ୟରେ ଫରକ୍‌ ଜାଣିପାରିବେ । ବର୍ତ୍ତମାନ ଔଷଧ କମ୍ପାନି ଗୁଡ଼ିକ ଏହା ଉପରେ କାମ କରୁଥିବା ବେଳେ ଏହି ନମ୍ବର ଥିବା ଔଷଧ ବଜାରରେ ବର୍ତ୍ତମାନ ଉପଲବ୍ଧି ହୋଇନାହିଁ। ତେବେ ୨୦୧୬ ରେ ହୋଇଥିବା ଏକ ସର୍ଭେ ଅନୁଯାୟୀ ଭାରତରେ ବିକ୍ରି ହେଉଥିବା ପ୍ରାୟ ୩ ପ୍ରତିଶତ ଔଷଧ ଶରୀର ପାଇଁ ହାନିକାରକ ଅଟେ ।

ସମ୍ବନ୍ଧିତ ଖବର