୭ ଘଣ୍ଟା ଶୋଇଲେ ୧୧ ଲକ୍ଷ ଟଙ୍କା ରୋଜଗାର କଲେ

ନୂଆଦିଲ୍ଲୀ: କଥାରେ ଅଛି ରୋଜଗାର କରିବାକୁ ହେଲେ କାମ କରିବାକୁ ହେବ ପରିଶ୍ରମ କରିବାକୁ ପଡ଼ିବ। କିନ୍ତୁ କେବେ ଶୁଣିଛନ୍ତି କି କିଏ ଶୋଇକି ଟଙ୍କା ରୋଜଗାର କରିପାରିଛନ୍ତି। ଏମିତି ଏକ ଘଟଣା ନିକଟରେ ଘଟିଛି। ଜଣେ ବ୍ୟକ୍ତି ଲଗାତାର ଭାବେ ୭ ଘଣ୍ଟା ଶୋଇ ୧୧ ଲକ୍ଷ ଟଙ୍କା ରୋଜଗାର କରି ପାରିଛନ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ।

ପ୍ରକାଶିତ ରିପୋର୍ଟ ମୁତାବକ, ଯୁବକଜଣକ ହେଉଛନ୍ତି ଏସିଆନ୍‌ ଆଣ୍ଡି ନାମରେ ଏକ ୟୁ-ଟ୍ୟୁବ୍ ଚ୍ୟାନେଲ ଚଲାନ୍ତି । ଏହା ଛଡା ସେ ଲାଇଭ ଷ୍ଟ୍ରିମିଂ ମଧ୍ୟ କରନ୍ତି । ଏମିତି ଏକ ଲାଇଭ୍‌ ଷ୍ଟ୍ରିମିଂ ମାଧ୍ୟମରେ ହିଁ ଯୁବକଜଣକ ପ୍ରାୟ ୧୧ ଲକ୍ଷ ଟଙ୍କା ରୋଜଗାର କରିପାରିଛନ୍ତି। ଏହି ଷ୍ଟ୍ରିମିଂରେ ସେ ଶୋଇଥିବା ନଜର ଆସୁଛନ୍ତି ଏବଂ ଲୋକମାନେ ତାଙ୍କୁ ଟଙ୍କା ଦାନ କରି ଡିଷ୍ଟର୍ବ କରିବାକୁ ଚେଷ୍ଟା କରୁଛନ୍ତି । କେହିକେହି ତାଙ୍କୁ ନିଦରୁ ଉଠାଇବା ପାଇଁ ଭୟଭୀତ ହେବା ଭଳି ଶବ୍ଦ ବି କରିଥିଲେ। କିନ୍ତୁ ଉକ୍ତ ବ୍ୟକ୍ତିଙ୍କୁ କୌଣସି ପ୍ରକାର ପ୍ରଭାବ ପଡ଼ି ନଥିଲା। ସେ ସେମିତି ହିଁ ଶୋଇ ରହିଥିଲେ।

ୟୁ-ଟ୍ୟୁବ୍‌ରେ ଏହି ଭିଡିଓକୁ ପ୍ରାୟ ୪୦ ଲକ୍ଷ ଲୋକ ଦେଖିସାରିଲେଣି । ତେବେ ତାଙ୍କର ନିଦ ଭାଙ୍ଗିବା ପରେ ସେ ଦେଖିବାକୁ ପାଇଥିଲେ ଯେ, ଅନେକ ପ୍ରଶଂସକ ତାଙ୍କୁ ଟଙ୍କା ଦାନ କରିଛନ୍ତି । ୭ ଘଣ୍ଟା ନିଦରେ ଶୋଇବା ପରେ ସେ ୧୧ ଲକ୍ଷ ଟଙ୍କା ରୋଜଗାର କରିପାରିଥିଲେ। ଆଉ ଏ ଘଟଣାକୁ ନେଇ ସେ ନିଜେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର