ମାଡ଼ି ଆସୁଥିଲା ବନ୍ୟା ପାଣି: ବାଉଁଶ ଓ ବାଲି ବସ୍ତା ସହାୟତାରେ ଗାଁକୁ ବଞ୍ଚାଇଲେ ଗ୍ରାମବାସୀ
ପାଟ୍ନା: ଚଳିତବର୍ଷ ବିହାର ବନ୍ୟାରେ ୧୪ ଜଣଙ୍କ ଜୀବନ ଯାଇଥିବା ବେଳେ ପ୍ରାୟ ୬୭ ଲକ୍ଷ ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଏହି ପରିସ୍ଥିତିରେ ପାଣି କମ୍ କରିବା ଓ ପାଣିକୁ ଅଟକାଇବା ଲୋକଙ୍କ ପାଇଁ ପ୍ରାଥମିକତା ହୋଇପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିହାରର ଦରଭଙ୍ଗା ଜିଲ୍ଳାର କରଜାପତି ଗ୍ରାମବାସୀ ନିଜ ଗାଁକୁ ପାଣି ରୋକିବା ପାଇଁ ନିଜେ ହିଁ ଅଣ୍ଟା ଭିଡ଼ିଛନ୍ତି। ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସହାୟତା ନପାଇ ନିଜର ସୁରକ୍ଷା ପାଇଁ ନିଜେ ଅଣ୍ଟା ଭିଡ଼ିଛନ୍ତି କରଜାପତି ଗାଁ ଲୋକେ।
ଗ୍ରାମବାସୀମାନେ ନିଜ ଗାଁକୁ ପାଣି ପଶିବାରୁ ରୋକିବା ପାଇଁ ବାଉଁଶ ଓ ବାଲି ବସ୍ତାକୁ ବ୍ୟବହାର କରିଛନ୍ତି। ବାଉଁଶ ବତାକୁ ବାନ୍ଧି କବାଟ କରି ପାଣି ଆସୁଥିବା ସ୍ଥାନକୁ ନିବୁଜ କରିଥିବା ବେଳେ କେତେକ ସ୍ଥାନରେ ବାଲି ବସ୍ତା ଉପରେ ବସ୍ତା ଥୋଇ ପାଣିକୁ କିଛି ମାତ୍ରାରେ ରୋକି ପାରିଛନ୍ତି।
ଗ୍ରାମବାସୀମାନେ ନିଜର କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ସେମାନେ ନିଜ ଦାୟିତ୍ୱରେ ଏସବୁ କରୁଛନ୍ତି। ପ୍ରଶାସନ ପକ୍ଷରୁ ତାଙ୍କୁ କୌଣସି ପ୍ରକାରର ସାହାଯ୍ୟ ସହାୟତା ମିଳିନାହିଁ।