ଇନ୍ଷ୍ଟାଣ୍ଟ୍ ମେସେଜିଙ୍ଗ୍ ଆପ୍ସ ପାଇଁ ୨-୩ ମାସ ପୂର୍ବରୁ ଭାରତୀୟ ସେନା ତା’ର ସୈନିକଙ୍କ ପାଇଁ ଏକ ପରାମର୍ଶ ଜାରି କରିଛି। ADGPI (ଆଡିସିଓନାଲ୍ ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ପବ୍ଲିକ୍ ଇଣ୍ଟର୍ଫେସ୍) ତାଙ୍କ ଅଫିସିଆଲ୍ ଟୁଇଟର୍ (@adgpi) ରୁ ଟୁଇଟ୍ କରି ସତର୍କ କରାଇଛନ୍ତି ଯେ, ହ୍ୟାକ୍ କରିବା ପାଇଁ ହ୍ଵାଟ୍ସଆପ୍ ବର୍ତ୍ତମାନ ଚୀନ୍ ସେନାବାହିନୀଙ୍କ ପାଇଁ ଏକ ନୂଆ ଅସ୍ତ୍ର। ଗତ ବର୍ଷ ମଧ୍ୟ LAC (ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍)କୁ ସୈନିକମାନେ ବିଭିନ୍ନ ଆପ୍ସ ବ୍ୟବହାର କରି ପୋଷ୍ଟ୍ କରୁଥିବା ଯୋଗୁଁ ସେନାବାହିନୀ ତାଙ୍କୁ ସାବଧାନ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ୱସନୀୟ ତଥ୍ୟ ଅନୁଯାୟୀ ଆଣ୍ଡ୍ରଏଡ୍ କିମ୍ବା ଆଇଓଏସ୍ ଆପ୍ସ ଯାହା ଚାଇନା ଲୋକ ତିଆରି କରିଥିବେ ବା ଚୀନ୍ ସହ ଲିଙ୍କ୍ ଥିବ ତାହା ନିଶ୍ଚିତ ଭାବରେ ସ୍ପାଏେଓ୍ଵର୍ କିମ୍ବା ଅନ୍ୟାନ୍ୟ ମାଲିସିଅସ୍ େଓ୍ଵର୍ ହୋଇଥାଏ। ଆମର କର୍ମଚାରୀଙ୍କ ଦ୍ୱାରା ଏହି ଆପ୍ସଗୁଡ଼ିକର ବ୍ୟବହାର ତଥ୍ୟ ସୁରକ୍ଷା ପାଇଁ ହାନିକାରକ ହୋଇପାରେ ଯେଉଁ କାରଣରୁ ସେନାବାହୀନି ଓ ରାଷ୍ଟ୍ରୀୟ ସୁରକ୍ଷା ଉପରେ କୁପ୍ରଭାବ ପଡ଼ିଥାଏ। ପ୍ରତିରକ୍ଷା ମନ୍ତ୍ରାଳୟରୁ ଜାରି ହୋଇଥିବା ଆଦେଶ…
ଏହି ସମସ୍ତ ଚାଇନିଜ୍ ଆପ୍ସକୁ ଭାରତ ସରକାର ଘାତକ ବୋଲି କହୁଛନ୍ତି: େଓ୍ଵଇବୋ, ଓ୍ଵିଚାର୍ଟ୍, ସେୟର୍ଇଟ୍, ୟୁସି ନିଉଜ୍, ୟୁସି ବ୍ରାଉଜର୍, ବ୍ୟୁଟି ପ୍ଲସ୍, ନିଉଜ୍ ଡଗ୍, ପାରାଲେଲ୍ ସ୍ପେସ୍, ଏପିୟୁସି ବ୍ରାଉଜର୍, ଏମ୍ଆଇ କମ୍ୟୁନିଟି (ଜିଓମି)।