ପିତାଙ୍କ ବିଜୁଳି ଭୟ ହେତୁ ଲାଇଟ୍‌ ଅନ୍‌-ଅଫ୍‌ କରିବାର ରିମୋଟ ବାହାର କଲା ପୁଅ

ଆଜମଗଢ଼: ଉତ୍ତରପ୍ରଦେଶର ମଉ ଜନପଦରେ ରହୁଥିବା ୧୩ବର୍ଷୀୟ ବାଳକ ଏମିତି ଏକ ଆବିଷ୍କାର କରିଛି ଯାହାକି ସମସ୍ତଙ୍କୁ ଚକିତ କରି ଦେଇଛି। ଉତ୍ସବ ନାମକ ବାଳକ ରିମୋଟ ମାଧ୍ୟମରେ ବିଜୁଳି ବଲକୁ ଅନ୍‌-ଅଫ୍‌ ଟେକ୍‌ନିକ୍‌ ଆବିଷ୍କାର କରିଛି। ତେବେ ପିଲାର ଏଭଳି କାମକୁ ଦେଖି ପିତା-ମାତା ବହୁତ ଖୁସି ହୋଇଯାଇଛନ୍ତି।

ଘୋସି ତହସିଲ ଅଞ୍ଚଳର ନଦବାସରାଏ ଅଞ୍ଚଳରେ ରହୁଥିବା ଉମେଶ ସିଂହଙ୍କୁ ପିଲାଦିନରୁ ବିଜୁଳିକୁ ଭୟ ରହିଥିଲା। ଉମେଶଙ୍କ ଏହି ଭୟ ବଡ ହେବା ଯାଏଁ ରହି ଯାଇଥିଲା। ସେ ବିଜୁଳି ସୁଇଜକୁ ବାଡି ଦ୍ୱାରା ଅନ୍‌-ଅଫ୍‌ କରି ଥାଆନ୍ତି। ଉମେଶ ଯେତେବେଳେ ତାଙ୍କର ୧୩ବର୍ଷୀୟ ପୁଅ ଉତ୍ସବକୁ ନିଜର ଏହି ବିଜୁଳି ଭୟ ବିଷୟରେ ଜଣାଇଥିଲେ, ପୁଅ କହିଥିଲା ବାପା ମୁଁ ତୁମର ଏହି ଭୟକୁ ମୁଁ ଦୂର କରି ଦେବି। ବିଜୁଳି ବଲକୁ ରିମୋଟରେ କିପରି ଅନ୍‌-ଅଫ୍‌ କରି ହେବ ତାହା ମୁଁ ତିଆରି କରିବି।

ଏହାପରେ ପୁଅ ଉତ୍ସବ ବିଜୁଳି ବଲକୁ ରିମୋଟରେ ଅନ୍‌-ଅଫ୍‌ କରିବାର ପ୍ରୟାସ ଆରମ୍ଭ କରିଥିଲା। ଶେଷରେ ଉତ୍ସବ ନିଜ ପ୍ରୟାସରେ ସଫଳ ବି ରହିଥିଲା। ଉତ୍ସବଙ୍କ କହିବାନୁସାରେ, ମୁଁ ପ୍ରଥମେ ଏକ ଡାଏଗ୍ରାମ ବନାଇଥିଲି। ଏହାପରେ ବିଜୁଳିର କେତେକ ପୁରୁଣା ସାମଗ୍ରୀକୁ ଏକାଠି କରି ଏହି ପ୍ରାୟସ ଆରମ୍ଭ କରିଥିଲି । ବହୁ ଚେଷ୍ଟା ପରେ ମୋର ଏହି ପ୍ରୟାସ ଫଳପ୍ରଦ ହୋଇଥିଲା।

ସମ୍ବନ୍ଧିତ ଖବର