ଗୋଟିଏ ଫ୍ରେମରେ ୫ପିଢ଼ିକୁ ଦେଖି ଆନନ୍ଦ ମହିନ୍ଦ୍ରା କହିଲେ ଏଭଳି କଥା

ନୂଆଦିଲ୍ଲୀ: ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟର ଆକାଉଣ୍ଟରେ ପ୍ରତିଦିନ କିଛି ନା କିଛି ଭିଡିଓ କିମ୍ବା ପୋଷ୍ଟ ସେୟାର କରିଥା’ନ୍ତି | ଏହି ଭିଡିଓ କିଛି ମଜାଳିଆ ହୋଇଥିବା ବେଳେ ଆଉ କିଛି ପ୍ରେରଣାଦାୟକ ହୋଇଥାଏ। ସେ ତାଙ୍କ ଅନୁଗାମୀମାନଙ୍କ ଭିଡିଓଗୁଡ଼ିକୁ ବି ନିଜ ପୃଷ୍ଠାରେ ସେୟାର କରିବାକୁ ଭୁଲି ନାହାଁନ୍ତି । ସର୍ବଦା ତାଙ୍କ ପ୍ରଶଂସକଙ୍କ ମନୋରଞ୍ଜନ କରି ଆସିଥିବା ଆନନ୍ଦ ମହିନ୍ଦ୍ରା ଆଉ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ପାଞ୍ଚ ପିଢ଼ି ଏକାଠି ନଜର ଆସୁଛନ୍ତି । ସେ ଏହି ଭିଡିଓକୁ ତାଙ୍କ ଅଫିସିଆଲ ଆକାଉଣ୍ଟରେ ସେୟାର କରିଛନ୍ତି।

ଯେମିତି କି ଆମେ ଭିଡିଓରେ  ଦେଖିପାରୁଛେ ଜଣେ ଛୋଟ ପିଲା ଖଟ ଉପରେ ଛିଡା ହୋଇଛି, ଏବଂ ସେ ତାଙ୍କ ପିତାଙ୍କୁ ଡାକୁଛନ୍ତି। ତାଙ୍କ ପିତା ତାଙ୍କ ପୁଅ ପାଖକୁ ଆସି ଠିଆ ହୁଅନ୍ତି। ଏବଂ ତା’ପରେ ସେ ତାଙ୍କ ପିତାଙ୍କୁ ଡାକନ୍ତି । ଭିଡିଓରେ ଗୋଟିଏ ପରେ ଗୋଟିଏ ଏପରି ପାଞ୍ଚ ପିଢ଼ି ଏକାଠି ଠିଆ ହୋଇଥିବା ଦେଖିବାକୁ ମିଳୁଛି। ପୁଅ, ବାପା, ଜେଜେବାପା, ବୁଢ଼ା ଜେଜେବାପା ଏବଂ ସେମାନଙ୍କ ପିତା ଗୋଟିଏ ଫ୍ରେମରେ ରହିଛନ୍ତି। ଏହି ୨୦ ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

 

ଆନନ୍ଦ ମହିନ୍ଦ୍ରା ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘କେତେ ଭଲ କଥା। ୫ ପିଢ଼ି ଏକାଠି । ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ଦୁନିଆରେ ଏମିତି କେତେ ପରିବାରକୁ ଏପରି ୫ପିଢ଼ିର ସୌଭାଗ୍ୟ ମିଳିଛି। ଏହି ଟୁଇଟ୍ ପରେ ଭାରତର ପାଞ୍ଚ ପିଢ଼ି ଥିବା ପରିବାର କମେଣ୍ଟ ବକ୍ସରେ ସେମାନଙ୍କର ଫଟୋ ପୋଷ୍ଟ କରିଥି‌ଲେ।

ସମ୍ବନ୍ଧିତ ଖବର