ଏବେ ହ୍ଵାଟ୍‌ସଆପ୍‌ ନମ୍ବର ବଦଳାଇଲେ ଜଣାଇବାକୁ ପଡ଼ିବନି! ଆପେ ଆପେ ପଳାଇବ ଏସ୍‌ଏମ୍‌ଏସ୍‌

ହ୍ଵାଟ୍‌ସଆପ୍‌ ଏବେ ତାହାର ନୂତନ ଫିଚର୍‌ ଲଞ୍ଚ୍‌ କରିବା ଲାଗି ଯୋଜନା ପ୍ରସ୍ତୁତ କରୁଥିବା ବେଳେ,ଏହି ଫିଚର୍‌ଟି କିଛି ଉପଭୋକ୍ତାଙ୍କ ଲାଗି ସମସ୍ୟା ମଧ୍ୟ ଆଣିପାରେ! ତେବେ ହ୍ଵାଟ୍‌ସଆପ୍‌ର ଏହି ଫିଚର୍‌ଟି ହେଉଛି ଏପରି । ଯଦି ଆପଣ ଆପଣଙ୍କ ହ୍ଵାଟ୍‌ସଆପ୍‌ ନମ୍ବର ବଦଳାନ୍ତି ତେବେ ଆପଣଙ୍କ ସମସ୍ତ କଣ୍ଟାକ୍ଟକୁ ଏହାର ସୂଚନା ଏକ ନୋଟିଫିକେସନ୍‌ ଜରିଆରେ ଚାଲିଯିବ। ଏକ ଫିଚର୍‌ ହ୍ଵାଟ୍‌ସଆପ୍‌ର ତା’ର ବିଟା ଭର୍ସନରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଛି। କୌତୁହଳର କଥା ହେଲା, ଆପଣ ଯଦି କାହାକୁ କିଛି ନ ଜଣାଇ ନୂଆ ହ୍ଵାଟ୍‌ସଆପ୍‌ ନମ୍ବର ବ୍ୟବହାର କରିବାକୁ ଚାହାନ୍ତି ତେବେ ଧରାପଡ଼ିଯିବେ।

ସୂଚନା ମୁତାବକ୍‌ ,ଏହି ନୂତନ ଫିଚର୍‌ର ସୂଚନା WABetalnfoର ଟ୍ଵିଟର ହ୍ୟାଣ୍ଡଲ୍‌ରେ ମିଳୁଥିବା ବେଳେ, ଟ୍ଵିଟ୍‌ ଅନୁସାରେ ହ୍ଵାଟ୍‌ସଆପ୍‌ର ଏହି ନୂତନ ଫିଚର୍‌ଟି ଡ଼ିଫଲ୍ଟ ଭାବରେ ଅନ୍‌ ରହୁଥିଲେ ବି ଆପଣ ଯଦି ଚାହଁନ୍ତି ଏହାକୁ ଅଫ୍‌ ମଧ୍ୟ କରିପାରନ୍ତି!

ସମ୍ବନ୍ଧିତ ଖବର