ବିବାହ ସମୟରେ ସ୍ୱାମୀଙ୍କ ମୁହଁ ଦେଖି ପାରି ନଥିବାରୁ ପତ୍ନୀ କାହିଁକି ମାଗିଲେ ଆଧାରକାର୍ଡ ଜାଣନ୍ତୁ

ଲକ୍ଷ୍ମୌ: ପ୍ରତ୍ୟେକ ଦମ୍ପତ୍ତିଙ୍କ ମଧ୍ୟ କଳି ଝଗଡା ତ ଲାଗି ରହିଥାଏ। ମଧ୍ୟପ୍ରଦେଶର ଛିନ୍ଦବାଡା ଗ୍ରାମରେ ନିକଟରେ ଏଭଳି ଏକ ଦମ୍ପତ୍ତିଙ୍କ ଝଗଡା ସମସ୍ତଙ୍କୁ ନାକେଦମ୍‌ କରିଦେଇଥିଲା। ବିବାହକୁ ଦୁଇ ବର୍ଷ ପୁରିଲାଣି କିନ୍ତୁ ସ୍ତ୍ରୀ କହୁଛନ୍ତି ବିବାହ ସମୟରେ ସ୍ୱାମୀ ମୁହଁ ଘୋଡା ଯାଇଥିଲା ଯେଉଁଥିପାଇଁ ସେ ସ୍ୱାମୀଙ୍କୁ ଦେଖି ପାରି ନଥିଲେ। ଯେଉଁଥିପାଇଁ ସେ ଜାଣିବାକୁ ଚାହୁଁଛନ୍ତି ଯେ ସେ ଯାହାକୁ ବିବାହ କରିଛନ୍ତି ସେ ତାଙ୍କ ଅସଲି ସ୍ୱାମୀ ନା ଆଉ କିଏ ? ତେଣୁ ସେ ସ୍ୱାମୀଙ୍କୁ ଆଧାର କାର୍ଡ ମାଗିଛନ୍ତି ଏବଂ ଦୁଇବର୍ଷ ପର୍ଯ୍ୟନ୍ତ ତାଙ୍କ ସହ ସ୍ୱାମୀସ୍ତ୍ରୀ ସଂପର୍କ ରଖିନାହାନ୍ତି ।

ଏପଟେ ସ୍ତ୍ରୀଙ୍କର ଏଭଳି ବ୍ୟବହାରରେ ଅତିଷ୍ଠ ହୋଇଗଲେଣି ସ୍ୱାମୀ। ତାଙ୍କ କହିବାନୁସାରେ ମୁଁ ଯେତେବେଳେ ସଂପୂର୍ଣ୍ଣ ରୀତିନୀତିରେ ବିବାହ କରିଛି ତେବେ ଆଧାର କାର୍ଡ କାହିଁକି କରିବି । ତେବେ ଏହି ମାମଲା ଯେତେବେଳେ ପରାମର୍ଶ କେନ୍ଦ୍ର ପହଞ୍ଚିଥିଲା ସେତେବେଳେ ଜୁରି ତାଙ୍କୁ ସାଙ୍ଗରେ ରହିବା ପାଇଁ ପରାମର୍ଶ ଦେବାକୁ କହିଥିଲେ ଏବଂ ସ୍ୱାମୀଙ୍କୁ ଆଧାର କାର୍ଡ କରିବା ପାଇଁ ପରାମର୍ଶ ଦେଇଥିଲେ । ଆଧାର କାର୍ଡ ହେବା ପରେ ହିଁ ଦୁହିଁଙ୍କ ମଧ୍ୟରେ ସାଂସାରିକ ସଂପର୍କ ଆଗକୁ ବଢିବ ବୋଲି ପତ୍ନୀ ସିଧାସିଧା କହିଛନ୍ତି ।

ସମ୍ବନ୍ଧିତ ଖବର