ଆଇପିଏଲ୍: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ, ବାଙ୍ଗାଲୋରକୁ ୧୬୯ ରନ୍ର ବିଜୟ ଲକ୍ଷ୍ୟ ଦେଲା ଗୁଜରାଟ
ମୁମ୍ବାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୨ର ୬୭ତମ ମୁକାବିଲା ହୋଇଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍ରେ ଟସ୍ ଜିଣି ଗୁଜରାଟ୍ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ୍ ହରାଇ ୧୬୮ ରନ୍ କରିଛି। ଫଳରେ ବାଙ୍ଗାଲୋରକୁ ୧୬୯ ରନ୍ର ବିଜୟ ଲକ୍ଷ୍ୟ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗୁଜରାଟ ପାଇଁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୬୨ ରନ୍ କରିଥିଲେ। ସେ ୪୭ଟି ବଲ୍ ଖେଳି ୪ ଚୌକା ଓ ୩ ଛକା ମାରି ଅପରାଜିତ ଥିଲେ। ଡାଭିଡ ମିଲରଙ୍କ ବ୍ୟାଟ୍ରୁ ଦଳକୁ ୩୪ ରନ୍ ମିଳିଥିଲା। ଋଦ୍ଧିମାନ ସାହା ୩୧ ରନ୍ ଓ ଶୁଭମନ୍ ଗିଲ ମାତ୍ର ୧ ରନ୍ କରି ପାଭିଲିଅନ୍ ଫେରି ଯାଇଥିଲେ।
ସେହିପରି ମ୍ୟାଥୁ ଓ୍ଵାଡେ ମଧ୍ୟ ଅଧିକ ସମୟ ଧରି କ୍ରିଜ୍ରେ ରହିପାରି ନ ଥିଲେ। ସେ ୧୩ଟି ବଲ୍ ସାମ୍ନା କରି ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ରାହୁଲ ତିଓ୍ଵାତିଆ ମାତ୍ର ୨ ରନ୍ କରି ପାଭଲିଅନ୍ ଫେରିଯାଇଥିଲେ। ବାଙ୍ଗାଲୋର ପକ୍ଷରୁ ଜୋସ୍ ହେଜେଲଉଡ୍ ୨ଟି ଓ୍ଵିକେଟ୍ ନେଇଥିଲେ। ଗ୍ଲେନ୍ ମେକ୍ସୱେଲ ଓ ଓ୍ଵାନେନ୍ଦୁ ହସ୍ରଙ୍ଗାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲା।