ଆଇପିଏଲ୍ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ରାଜସ୍ଥାନ, ବ୍ୟାଟିଂ କରିବ ପଂଜାବ

ଭୁବନେଶ୍ବର : ଆଜି ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ରାଜସ୍ଥାନ ରୟାଲ୍ସ ଓ ପଂଜାବ କିଙ୍ଗସ ମଧ୍ୟରେ ଆଇପିଏଲ ୨୦୨୧ର ୪ର୍ଥ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏ ପର୍ଯ୍ୟନ୍ତ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଓ କିଙ୍ଗସ ପଂଜାବ (ପୂର୍ବର କିଙ୍ଗ୍ସ ଏକାଦାଶ ପଂଜାବ) ମଧ୍ୟରେ ୨୧ଟି ମ୍ୟାଚ ଖେଳାଯାଇଥିବାବେଳେ ସେଥିରୁ ରାଜସ୍ଥାନ ୧୨ଟିରେ ଓ ପଂଜାବ ୯ଟିରେ ବିଜୟ ହାସଲ କରିଛି । ଏଣୁ ରେକର୍ଡ ରାଜସ୍ଥାନ ସପକ୍ଷରେ ରହିଛି ।

ଏଥର ରାଜସ୍ଥାନ ଦଳ ଜଣେ ନୂଆ ଅଧିନାୟକ ସହ ପଡ଼ିଆକୁ ଓହ୍ଲାଇଛି । ସେ ହେଉଛନ୍ତି ସଂଜୁ ସାମସନ୍ । ପୂର୍ବର ଅଧିନାୟକ ଷ୍ଟିଭ ସ୍ମିଥଙ୍କ ବଦଳରେ ସେ ନୂଆ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଗତ ଆଇପିଏଲରେ ରାଜସ୍ଥାନର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା ଓ ଦଳ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଥିଲା ।

ସମ୍ବନ୍ଧିତ ଖବର