ଆଇପିଏଲ : ଲକ୍ଷ୍ନୌ ଆଗରେ ୧୮୩ରନର ଲକ୍ଷ୍ୟ ରଖିଲା ମୁମ୍ବାଇ

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌ ଆଗରେ ୧୮୩ ରନର ବିଜୟ ଲକ୍ଷ୍ୟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ ।

ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦଳର ଦୁଇ ଓପନର ଭଲ ଆରମ୍ଭ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ । ରୋହିତ ଶର୍ମା ମାତ୍ର ୧୧ରନ ଓ ଇଶାନ କିଷନ ୧୫ ରନ କରିଆଉଟ ହୋଇଥିଲେ । ତେବେ ଦଳର ମଧ୍ୟକ୍ରମ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ଭଲ ସ୍ଥିତିକୁ ନେଇଯାଇଥିଲେ । କାମୋରୁନ ଗ୍ରୀନ ୪୧ରନ ଓ ସୂର୍ଯ୍ୟକୁମାର ଯାଦବ ୩୩ ରନ କରିଥିଲେ । ସେହିପରି ତିଳକ ବର୍ମା ୨୬ ଓ ନିଲାହ ଓ୍ବାଧେରା ୨୩ରନର ଯୋଗଦାନ ଦେଇଥିଲେ । ଫଳରେ ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୮୨ରନ କରିଥିଲା । ଲକ୍ଷ୍ନୌ ପକ୍ଷରୁ ନବୀନ ଉଲ ହକ ୪ଟି ଓ ଯଶ ଠାକୁର ୩ଟି ଓ୍ବିକେଟ ନେଇଥିଲେ ।

ମଙ୍ଗଳବାର ଖେଳାଯାଇଥିବା କ୍ବାଲିଫାୟର-୧ରେ ଗୁଜରାଟ ଟାଇଟନ୍ସକୁ ୧୫ ରନରେ ହରାଇ ଦେଇଥିଲା ଚେନ୍ନାଇ ।

ସମ୍ବନ୍ଧିତ ଖବର