ବିଶ୍ୱକପ୍‌: ୧୮୭ ରନ୍‌ ଟାର୍ଗେଟ ନେଇ ଆଫଗାନିସ୍ତାନର ବ୍ୟାଟିଂ ଜାରି, ସ୍କୋର ୩୮/୧

କାର୍ଡିଫ: ବର୍ଷା ବାଧିତ ମ୍ୟାଚ୍‌ରେ ଆଫଗାନିସ୍ତାନ ୧୮୭ ରନ୍‌ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପ୍‌ର ସପ୍ତମ ମ୍ୟାଚ୍‌ରେ ମଙ୍ଗଳବାର ପ୍ରଥମେ ବ୍ୟାଟିଂ କରି ୩୬.୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୦୧ ରନ୍‌ କରିଛି। ରିପୋର୍ଟ ଲେଖାଯିବା ବେଳକୁ ଆଫଗାନିସ୍ତାନ ଗୋଟିଏ ଓ୍ଵିକେଟ ହରାଇ ୩୮ ରନ୍‌ କରିଛି। ମହମ୍ମଦ ସାହାଜାଦ ୧୨ଟି ବଲ ଖେଳି ୭ ରନ୍‌ କରିବା ପରେ ମାଲିଙ୍ଗାଙ୍କ ଶିକାର ହୋଇଛନ୍ତି।

ଶ୍ରୀଲଙ୍କା ପକ୍ଷରୁ କୁଶାଲ ପେରେରା ୭୮ ରନ୍‌ କରିଛନ୍ତି। ସେ ୮୧ଟି ବଲ ଖେଳି ୮ଟି ଚୌକା ବଳରେ ଟିମ୍‌ ପାଇଁ ଏହି ରନ୍‌ ଯୋଗାଇଛନ୍ତି। ଓପନର ଦିମୁଠ କରୁଣାରତ୍ନେ ୪୫ଟି ବଲ ଖେଳି ୩୦ ରନ୍‌ କରିଛନ୍ତି। ଲାହିରୁ ଥିରୁମାନେ ୨୫ ରନ୍‌, ଇସୁରୁ ଉଡାନ ୧୦ ରନ୍‌ କରିଛନ୍ତି। ଅନ୍ୟ ବ୍ୟାଟସ୍‌ମ୍ୟାନ ମାନେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଆଫଗାନିସ୍ତାନ ତରଫରୁ ମହମ୍ମଦ ନବୀ ୪ଟି ଓ୍ଵିକେଟ, ଦୌଲତ ଜରଦାନ ଓ ରସିଦ ଖାନ ୨-୨ ଓ୍ଵିକେଟ ଏବଂ ମୁଜୀବ ଉର ରହମାନ ଗୋଟିଏ ଓ୍ଵିକେଟ ନେଇଛନ୍ତି।

ଆରମ୍ଭରୁ ଶ୍ରୀଲଙ୍କା ଭଲ ବ୍ୟାଟିଂ କରିଥିଲା। ସ୍କୋର ୯୨ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ହରାଇଥିଲା। ଦିମୁଠ କରୁଣାରତ୍ନେ ଆଫଗାନିସ୍ତାନର ପ୍ରଥମ ଶିକାର ହୋଇଥିଲେ। ସେହିଭଳି ସ୍କୋର ୧୪୪ ରନ୍‌ରେ ଲାହିରୁ ଥିରିମାନେ, ୧୪୬ ରନ୍‌ରେ କୁଶାଳ ମେଣ୍ଡିସ ଓ ଆଞ୍ଜେଲୋ ମ୍ୟାଥୁସ୍‌, ୧୪୯ ରନ୍‌ରେ ଧନଂଜୟ ଡିସିଲଭା, ୧୫୯ ରନ୍‌ରେ ଥିରସା ପେରେରା, ୧୭୮ ରନ୍‌ରେ ଇସୁରୁ ଉଡାନ, ୧୮୦ ରନ୍‌ରେ ପେରେରା ଓ ୧୯୯ ରନ୍‌ରେ ଲାସିଥ ମାଲିଙ୍ଗା ଆଉଟ୍‌ ହୋଇଥିଲେ। ଆଫଗାନିସ୍ତାର ଶେଷ ଶିକାର ଥିଲେ ନୂଆନ ପ୍ରଦୀପ।

ସମ୍ବନ୍ଧିତ ଖବର