ଆଇପିଏଲ୍ : ବାଙ୍ଗାଲୋର ଆଗରେ ୨୧୭ରନର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ

ମୁମ୍ବାଇ : ସ୍ଥାନୀୟ ଡଃ ଡି.ଓ୍ବାଇ. ପାଟିଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୨୨ତମ ମ୍ୟାଚରେ ବାଙ୍ଗାଲୋର ଆଗରେ ବିଜୟ ପାଇଁ ୨୧୭ ରନର ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କରିଛି ଚେନ୍ନାଇ ।

ଏହି ମ୍ୟାଚରେ ବାଙ୍ଗାଲୋର ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୧୬ ରନ କରିଥିଲା । ଚେନ୍ନାଇ ଦ୍ବାରା ଏହି ବିଶାଳ ସ୍କୋର ଛିଡ଼ା କରିବାରେ ଓପନର ରବୀନ ଉଥାପ୍ପା ଓ ଶିବମ ଦୁବେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ଉଥାପ୍ପା ୮୮ ରନ କରିଥିବାବେଳେ ଦୁବେ ୯୫ ରନ କରିଥିଲେ । ତେବେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଶେଷ ଯୋଗଦାନ ଦେଇପାରିନଥିଲେ । ବାଙ୍ଗାଲୋର ପକ୍ଷରୁ ଜୋସ ହେଜେଲଉଡ୍ ଗୋଟିଏ ଓ ଓ୍ବାନିଣ୍ଡୁ ହସଲଙ୍ଗା ୨ଟି ଓ୍ବିକେଟ ନେଇଥିଲେ ।

ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ଚେନ୍ନାଇ ୪ଟି ମ୍ୟାଚ ଖେଳିଥିଲେ ମଧ୍ୟ ଗୋଟିଏ ମ୍ୟାଚ ଜିତିପାରିନାହିଁ । ଫଳରେ ଗତ ଥରର ଏହି ଚାମ୍ପିଅନ ଦଳ ଶୂନ ପଏଣ୍ଟ ସହ ପଏଣ୍ଟ ଟେବୁଲର ତେଳେ ରହିଛି ।

 

 

 

 

 

 

ସମ୍ବନ୍ଧିତ ଖବର