ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କୋହଲିଙ୍କ ଶତକ-ଆୟରଙ୍କ ଅର୍ଦ୍ଧଶତକ, ଭାରତର ସ୍କୋର ୨୧୨/୩
ପୋର୍ଟ ଅଫ ସ୍ପେନ୍: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆର ନିଜ କ୍ୟାରିୟରର ୪୨ତମ ଶତକ ରବିବାର ହାସଲ କରିଛନ୍ତି। କୋହଲି ୧୧୨ଟି ବଲ ଖେଳି ଏହା ହାସଲ କରିଛନ୍ତି। ଏଥିରେ ୧୦ଟି ଚୌକା ଓ ଗୋଟିଏ ଛକା ସାମିଲ ଅଛି। କୋହଲି ୨୩୯ତମ ଦିନିକିଆରେ ୨୩୦ତମ ଇନିଂସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଯୁବ ବ୍ୟାଟସ୍ମ୍ୟାନ ଶ୍ରେୟସ ଆୟର କ୍ୟାରିୟରର ୯ମ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ତାଙ୍କର ୩ୟ ଅର୍ଦ୍ଧଶତକ। ଶ୍ରେୟସ ୪୯ଟି ବଲ ଖେଳି ୪ଟି ଚୌକା ସମେତ ଅର୍ଦ୍ଧଶତକ ମାରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଭାରତ ୪୦ ଓଭରରେ ୩ଟି ଓ୍ଵିକେଟ ହରାଇ ୨୧୨ ରନ୍ କରିଛି।
ସୂଚନାଯୋଗ୍ୟ ପ୍ରଥମ ଦିନିକିଆକୁ ବର୍ଷା ଧୋଇ ନେଇଥିବା ବେଳେ ଦ୍ଵିତୀୟ ମ୍ୟାଚ୍ ତ୍ରିନିଦାଦର ପୋର୍ଟ ଅଫ୍ ସ୍ପେନ୍ସ୍ଥିତ କୁଇସ୍ ପାର୍କ ଓଭାଲ ଷ୍ଟାଡିୟମରେ ଖେଳ ଜାରି ରହିଛି। ଭାରତ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି।