ଫିନ୍‌ଲାଣ୍ଡ୍‌ ମୁଷ୍ଟିଯୁଦ୍ଧ ସେମିରେ ୬ ଭାରତୀୟ

ହେଲ୍‌ସିଙ୍କି (ଫିନ୍‌ଲାଣ୍ଡ୍‌): ଏଠାରେ ଚାଲିଥିବା ୩୮ତମ ଗିବି ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ସେମିଫାଇନାଲ୍‌ରେ ପ୍ରବେଶ କରି ୬ ଭାରତୀୟ ପଦକ ପକ୍କା କରିଛନ୍ତି। ତିନି ଥର ଏସୀୟ ପଦକ ତଥା ପୂର୍ବତନ ବିଶ୍ବ ପ୍ରତିଯୋଗିତାର କାଂସ୍ୟ ବିଜେତା ଶିବ ଥାପ୍ପା (୬୦ କେଜି), ପୂର୍ବତନ ୟୁଥ୍‌ ବିଶ୍ବ ବିଜେତା ସଚିନ୍‌ ସିୱାଚ୍‌ (୫୨ କେଜି), ରାଜ୍ୟଗୋଷ୍ଠୀ କାଂସ୍ୟ ବିଜେତା ମହମ୍ମଦ ହୁସାମୁଦ୍ଦିନ୍‌ (୫୬ କେଜି), କବିନ୍ଦର ସିଂହ ବିସ୍ତ (୫୬କେଜି), ଦୀନେଶ ଡଗର (୬୯ କେଜି) ଓ ନବିନ କୁମାର (୯୧+ କେଜି) ସେମିଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ଏହା ପୂର୍ବରୁ ଏସୀୟ ରୌପ୍ୟ ପଦକ ବିଜେତା ସୁମିତ ସାଙ୍ଗ୍‌ୱାନ୍‌ (୯୧ କେଜି) ଏବଂ ନବାଗତ ଗୋବିନ୍ଦ ସାହାଣୀ (୪୯ କେଜି) ନିଜ ନିଜର ପ୍ରଥମ ରା‌ଉଣ୍ଡ୍‌ ବାଇ ପାଇ ମଧ୍ୟ ସେମିଫାଇନାଲ୍‌ ପ୍ରବେଶ କରିଛନ୍ତି। ତେବେ ଅନ୍ୟ ଦୁଇ ଭାରତୀୟ ପ୍ରୟାଗ ଚୌହାନ୍‌ (୭୫ କେଜି) ଓ ସଞ୍ଜୟ (୮୧ କେଜି) ନିଜ ନିଜର କ୍ବାର୍ଟର ଫାଇନାଲ୍‌ ହାରି ପଦକରୁ ବଞ୍ଚିତ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ୧୫ ଦେଶରୁ ପାଖାପାଖି ୧୦୦ ମୁଷ୍ଟିଯୋଦ୍ଧା ଅଂଶ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର