ଦୀର୍ଘ ଦିନ ପରେ ପଡ଼ିଆକୁ ଫେରିଥିବା ଡିଭିଲିୟର୍ସ ସୃଷ୍ଟି କଲେ ନୂଆ ରେକର୍ଡ

ପର୍ଲ: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏ ବି ଡିଭିଲିୟର୍ସ ବହୁ ଦିନ ଧରି କ୍ରିକେଟରୁ ଦୂରରେ ରହିବା ପରେ ପଡ଼ିଆକୁ ଫେରିଛନ୍ତି। ପଡ଼ିଆକୁ ଫେରିବାର ଆରମ୍ଭରୁ ହିଁ ବିସ୍ଫୋରକ ବ୍ୟାଟିଂ କରି ସମାଲୋଚକଙ୍କୁ କଡ଼ା ଜବାବ ଦେଇଛନ୍ତି। ବାଲାଂଦେଶ ବିପକ୍ଷରେ ବୁଧବାର ଖେଳାଯାଇଥିବା ୨ୟ ଦିନିକିଆରେ ଡିଭିଲିୟର୍ସ ୧୦୪ଟି ବଲରେ ୧୭୬ ରନ୍‌ ସଂଗ୍ରହ କରିଛନ୍ତି।

ଦିନିକିଆରେ ୨୦୦ ଛକା
ବାଂଲାଦେଶ ସହିତ ମ୍ୟାଚ ଖେଳିି ଡିଭିଲିୟର୍ସ ୨୦୦ ତମ ଛକା ପୂରଣ କରିଛନ୍ତି। ଛକା ମାରିବାରେ ସେ ହେଉଛନ୍ତି ବିଶ୍ୱର ୬ଷ୍ଠ ଖେଳାଳି। ପୂର୍ବରୁ ବ୍ରାଣ୍ଡମ ମ୍ୟାକୁଲମ(୨୦୦), ମହେନ୍ଦ୍ର ସିଂହ ଧୋନି(୨୧୩), କ୍ରିସ ଗେଲ(୨୨୫), ସନତ ଜୟସୁରିଆ(୨୭୦) ଓ ସାହିଦ ଆଫ୍ରିଦୀ(୩୫୧) ଛକା ମାରିଥିଲେ।

ଦକ୍ଷିଣ ଆଫ୍ରିକାର ଏହି ବିସ୍ଫୋରକ ବ୍ୟାଟସ୍‌ମ୍ୟାନ ନିଜର ଶତକ ହାସଲ କରିବାକୁ ଯାଇ ୧୫ଟି ଚୌକା ଓ ୬ଟି ଛକା ମାରିଥିଲେ। ଡିଭିଲିୟର୍ସଙ୍କ ଏହି ଶତକ ଯୋଗୁଁ ଦକ୍ଷିଣ ଆଫ୍ରିକା ୩୫୪ରନ୍‌ର ବିଶାଳ ସ୍କୋର ଛିଡା କରିପାରିଥିଲା। ଏହି ପାଳି ଖେଳିବା ସହିତ ଡିଭିଲିୟର୍ସ ନିଜକୁ ପୁଣି ଥରେ ପ୍ରମାଣ କରି ପାରିଛନ୍ତି। ଏଥି ସହିତ ସେ କ୍ୟାରିୟରର ୨୫ତମ ଶତକ ସହିତ ସର୍ବୋଚ୍ଚ ସ୍କୋର(୧୭୬) କରିପାରିଛନ୍ତି।

ସାଙ୍ଗାକାରାଙ୍କ ସହିତ ସମକକ୍ଷ
ଡିଭିଲିୟର୍ସ ଏହି ପାରି ସହିତ ଅନେକ ରେକର୍ଡ ସ୍ଥାପନା କରିଛନ୍ତି। ସେ ଦିନିକିଆ କ୍ରିକେଟରେ ଶତକ କ୍ଷେତ୍ରରେ ୬ଷ୍ଠ ସ୍ଥାନ ହାସଲ କରିବା ସହିତ ୨୫ଟି ଶତକ ମାରି ଶ୍ରୀଲଙ୍କାର କୁମାର ସାଙ୍ଗାକାରାଙ୍କ ସହିତ ସମକକ୍ଷ ହୋଇଛନ୍ତି।
-ହାସିମ ଆମଲା(୨୬), ଦକ୍ଷିଣ ଆଫ୍ରିକା
-ସନଥ ଜୟସୁରିୟା(୨୮), ଶ୍ରୀଲଙ୍କା
-ରିକି ପଣ୍ଟିଂ(୩୦), ଅଷ୍ଟ୍ରେଲିଆ
-ବିରାଟ କୋହଲି(୩୦), ଭାରତ
-ସଚିନ ତେନ୍ଦୁଲକର(୪୯), ଭାରତ

 

ସମ୍ବନ୍ଧିତ ଖବର