ଆଇଟା ସିଏସ୍: କ୍ରିଷ୍ଣା ରାଜଙ୍କୁ ଦ୍ବିମୁକୁଟ

ଭୁବନେଶ୍ବର: ହରିୟାଣାର ରୋହତକଠାରେ ଅନୁଷ୍ଠିତ ଆଇଟା ଚାମ୍ପିଅନସିପ୍ ସିରିଜ୍‌ (ସିଏସ୍‌-୭)ରେ ଓଡ଼ିଆ ଝିଅ କ୍ରିଷ୍ଣା ରାଜ ଅପୂର୍ବ ସଫଳତା ପାଇଛନ୍ତି। ୪ଟି ବର୍ଗରେ ଭାଗ ନେଇ ୨ଟିରେ ବିଜୟିନୀ ଓ ଅନ୍ୟ ୨ଟିରେ ଉପ ବିଜୟିନୀ ହୋଇଛନ୍ତି। ୧୬ ବର୍ଷରୁ କମ୍‌ ବାଳିକା ଏକକ ଫାଇନାଲରେ କ୍ରିଷ୍ଣା ୬-୦, ୬-୧ରେ ହରିୟାଣାର ଲିପିକାଙ୍କୁ ପରାସ୍ତ କରିଥିଳେ। ୧୪ ବର୍ଷରୁ କମ୍‌ ବାଳିକା ଫାଇନାଲରେ ଦିଲ୍ଲୀର ବୈଷ୍ଣବୀ ସିଂହଙ୍କୁ ୬-୨, ୬-୪ରେ ପରାସ୍ତ କରିବାରୁ ଦ୍ବିକୁକୁଟ ଅର୍ଜନ କରିଥିଲେ। ଲିପିକାଙ୍କୁ ସାଥି କରି‌ ଖେଳିଥିବା ୧୬ ବର୍ଷରୁ କମ୍‌ ବାଳିକା ଯୁଗଳ ଫାଇନାଲରେ କିନ୍ତୁ ଦିଲ୍ଲୀ-ହରିୟାଣା ଯୋଡ଼ି ବୈଷ୍ଣବୀ ସିଂହ-ଧାତ୍ରୀ ଡାଭେଙ୍କଠାରୁ ୫-୭, ୪-୬ରେ ହାରିଯାଇଥିଲେ। ଦ୍ବିମୁକୁଟ ଅର୍ଜନ କରିଥିବାରୁ କ୍ରିଷ୍ଣାଙ୍କୁ ତାଙ୍କ ପ୍ରଶିକ୍ଷକ ଫାରହାନ୍ ଅଲୀ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର