ସର୍ଫରାଜଙ୍କୁ ହଟାଇବାକୁ ଆର୍ଥରଙ୍କ ସୁପାରିସ

କରାଚୀ: ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ପଦରୁ ସର୍ଫରାଜ ଅହମ୍ମଦଙ୍କୁ ହଟାଇବାକୁ ପ୍ରଶିକ୍ଷକ ମିକି ଆର୍ଥର ସୁପାରିସ କରିଥିବା ଜଣାପଡ଼ିଛି। ସଦାବ ଖାନଙ୍କୁ ସର୍ଫରାଜ ଅହମ୍ମଦଙ୍କ ବିକଳ୍ପ ଅଧିନାୟକ ମନୋନୀତ କରିଛନ୍ତି ଆର୍ଥର। ସର୍ଫରାଜଙ୍କ ଅଧିନାୟକତ୍ବରେ ଥିବା ନକରାତ୍ମକ ଦିଗକୁ ଚିହ୍ନଟ କରି ଆର୍ଥର ଏଭଳି ସୁପାରିସ କରିଛନ୍ତି। ବିଗତ ୩ ବର୍ଷର ପ୍ରଦର୍ଶନ ଉଲ୍ଲେଖନୀୟ ନଥିବାରୁ ଏଭଳି କରାଯାଇଛି। ପାକିସ୍ତାନ ଦଳଠାରୁ ଉନ୍ନତ ପ୍ରଦର୍ଶନ ପାଇଁ ମୋତେ ଆଉ ୨ ବର୍ଷ ଆବଶ୍ୟକ ବୋଲି ମଧ୍ୟ ଆର୍ଥର ନିଜ ସୁପାରିସ ପତ୍ରରେ ପିସିବି ପରିଚାଳନା ନିର୍ଦେଶକ ୱାସିମ୍ ଖାନ୍‌ଙ୍କୁ ଜଣାଇଦେଇଛନ୍ତି। ଅନ୍ୟପକ୍ଷରେ ୨୦୧୬ରୁ ଦାୟିତ୍ବରେ ଥିବା ଆର୍ଥରଙ୍କ କାର୍ଯ୍ୟକାଳ ଚଳିତ ଅଗଷ୍ଟ ୧୫ ତାରିଖରେ ଶେଷ ହେଉଛି। ତାଙ୍କ କାର୍ଯ୍ୟକାଳ ମଧ୍ୟମରେ ପାକିସ୍ତାନ ୨୦୧୭ ମସିହାର ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିବା ସବୁଠାରୁ ବଡ଼ ସଫଳତା ଥିଲା।

ସମ୍ବନ୍ଧିତ ଖବର