ବିଶ୍ୱକପରେ ଆଜି ଇଂଲାଣ୍ଡ-ବାଂଲାଦେଶ ମୁକାବିଲା, ଟସ ଜିଣି ବୋଲିଂ ନିଷ୍ପତ୍ତି ନେଲା ବାଂଲା ଦଳ

କାର୍ଡିଫ : କାର୍ଡିଫର ସୋଫିଆ ଗାର୍ଡେନ୍ସଠାରେ ଆଜି ବିଶ୍ୱକପ କ୍ରିକେଟର ୧୨ତମ ମ୍ୟାଚରେ ଆୟୋଜକ ଇଂଲାଣ୍ଡ ଏସୀୟ ଦେଶ ବାଂଲାଦେଶକୁ ଭେଟୁଛି । ବାଂଲାଦେଶର ଅଧିନାୟକ ମସରାଫ ମୋରତାଜା ଟସ ଜିଣି ଇଂଲାଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛନ୍ତି । ଏହି ମ୍ୟାଚରେ ଇଂଲାଣ୍ଡ ଦଳ ମୋଇନ ଅଲ୍ଲିଙ୍କୁ ଚୂଡାନ୍ତ ୧୧ ଜଣରୁ ବାଦ ଦେଇଛି ।

ଏହାପୂର୍ବରୁ ବାଂଲାଦେଶ ୨ଟି ମ୍ୟାଚ ଖେଳି ଗୋଟିକରେ ପରାଜୟ ଓ ଗୋଟିକରେ ବିଜୟ ହାସଲ କରିଥିଲା । ସେହିପରି ଇଂଲାଣ୍ଡ ମଧ୍ୟ ଗୋଟିକରେ ପରାଜୟ ଓ ଗୋଟିକରେ ବିଜୟ ହାସଲ କରିଛି । ଗତକାଲି ଖେଳାଯିବାକୁ ଥିବା ପାକିସ୍ତାନ ଓ ଶ୍ରୀଲଙ୍କା ମ୍ୟାଚ ପ୍ରବଳ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା । ଏଥିପାଇଁ ଉଭୟ ଦଳ ପଏଣ୍ଟ ଭାଗ କରିଥିଲେ ।

ଅନ୍ୟପକ୍ଷରେ ଚଳିତ ବିଶ୍ୱକପରେ ଦୁଇଟି କପ ଆଶାୟୀ ଦଳ ଭାରତ ଓ ଅଷ୍ଟ୍ରେଲିଆ ଆସନ୍ତା କାଲି ଭେଟିବେ । ଏହି ମ୍ୟାଚ ଉପରେ ସମସ୍ତଙ୍କ ଆଖି ରହିଛି ।

ସମ୍ବନ୍ଧିତ ଖବର