ଭକ୍ତରାମଙ୍କୁ ସ୍ବର୍ଣ୍ଣ; ଓଡ଼ିଶାକୁ ୪ ପଦକ

ଜାତୀୟ ଭାରୋତ୍ତୋଳନ

ବ୍ରହ୍ମପୁର: ନାଗପୁରରେ ଚାଲିଥିବା ଜାତୀୟ କନିଷ୍ଠ ଏବଂ ଉପକନିଷ୍ଠ ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାକୁ ୪ ପଦକ ମିଳିଛି। ବୁଧବାର ଷଷ୍ଠ ଦିବସ ସୁଦ୍ଧା ଓଡ଼ିଶା ଗୋଟିଏ ସ୍ବର୍ଣ୍ଣ ଏବଂ ୩ କାଂସ୍ୟ ପଦକ ଜିତିଛି। ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀ ଭକ୍ତରାମ ଦେଷ୍ଟି ୪୯ କେଜି ବର୍ଗରେ ମୋଟ ୧୮୭ କେଜି (ସ୍ନାଚ୍‌ ୮୩, କ୍ଲିନ୍ ଆଣ୍ଡ ଜର୍କ‌୍୧୦୪) ଭାର ଉଠାଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଗତ ବର୍ଷ ସେ ସର୍ବଭାରତୀୟ ବିଦ୍ୟାଳୟ ସମୂହ ପ୍ରତିଯୋଗିତାରେ ନିଜ ବର୍ଗରେ ସ୍ବର୍ଣ୍ଣ ଜିତି ଖେଲୋ ଇଣ୍ଡିଆକୁ ମନୋନୀତ ହୋଇଥିଲେ। ଅନ୍ୟଜଣେ ଅନ୍ତେବାସୀ ରଘୁନାଥ ଖିଲ ୬୧ କେଜି ବର୍ଗରେ ମୋଟ ୨୧୮ କେଜି (୯୭+୧୨୧) ଭାରୋତ୍ତୋଳନ କରି କାଂସ୍ୟ ପଦକ ହାସଲ କରିଛନ୍ତି। ଗଂଜାମର ମୁନା ନାୟକ ୫୫ କେଜି ବର୍ଗରେ ମୋଟ ୨୩୦ କେଜି (୧୦୨+୧୨୮) ଭାରୋତ୍ତୋଳନ କରି କାଂସ୍ୟ ପଦକ ହାସଲ କରିଥିଲେ। ବାଳିକା ବର୍ଗରେ ଭୁବନେଶ୍ବରର ଦେବକୀ ଖିଲ ୬୪ କେଜି ବର୍ଗରେ ମୋଟ ୧୫୩ କେଜି (ସ୍ନାଚ୍‌ରେ ୫୫ ଏବଂ କ୍ଲିନ୍ ଓ ଜର୍କ‌୍‌ରେ ୮୮) ଭାରୋତ୍ତୋଳନ କରି କାଂସ୍ୟପଦକ ହାସଲ କରିଛନ୍ତି। ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାର ୧୪ ବାଳକ ଏବଂ ୧୩ ବାଳିକା ଅଂଶଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗିତା ଆସନ୍ତା ୨୨ ତାରିଖରେ ଶେଷ ହେବ।

ସମ୍ବନ୍ଧିତ ଖବର