ବୁମ୍‌ରା ବିଶ୍ବର ଶ୍ରେଷ୍ଠ ଦ୍ରୁତ ବୋଲରଙ୍କ ମଧ୍ୟରୁ ଅନ୍ୟତମ: ବଣ୍ଡ୍‌

ଆବୁଧାବି : ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ ଯଶ୍‌ପ୍ରୀତ୍‌ ବୁମରା ମୁମ୍ବାଇ ଇଣ୍ଡିଆନ୍‌ସ ବୋଲିଂ ବିଭାଗର ଜଣେ ପ୍ରମୁଖ ସଦସ୍ୟ। ଏହି ଭାରତୀୟ ଦ୍ରୁତ ବୋଲର ବିଶ୍ବର ଶ୍ରେଷ୍ଠ ଦ୍ରୁତ ବୋଲରଙ୍କ ମଧ୍ୟରୁ ଅନ୍ୟତମ ବୋଲି ନିଃସଂକୋଚରେ କହିଛନ୍ତି, ମୁମ୍ବାଇ ଇଣ୍ଡିଆନ୍‌ସର ବୋଲିଂ ପ୍ରଶିକ୍ଷକ ତଥା ନ୍ୟୁଜିଲାଣ୍ଡ୍‌ର ପୂର୍ବତନ ଦ୍ରୁତ ବୋଲର ସେନ୍‌ ବଣ୍ଡ୍‌।

ଚଳିତ ଆଇପିଏଲ୍‌ରେ ଗୁରୁବାର ସୁଦ୍ଧା ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୨ ପଏଣ୍ଟ୍‌ ପଛରେ ରହି ମୁମ୍ବାଇ (୧୦) ଦ୍ବିତୀୟରେ ରହିଛି। ତେବେ ମୁମ୍ବାଇ ୭ ମ୍ୟାଚ୍‌ରୁ ୫ ବିଜୟ ପାଇଥିଲା ବେ‌ଳେ ବୁମ୍‌ରାଙ୍କ ଅବଦାନ ଗୁରୁତ୍ବପୂର୍ଣ୍ଣ ରହିଛି। ଏହି ୭ ମ୍ୟାଚ୍‌ରେ ୨୮ ଓଭର ବୋଲିଂ କରିଥିବା ବୁମ୍‌ରା ୭୬ ଡଟ୍‌ ବଲ୍‌ ପକାଇଥିଲା ବେଳେ ୨୦.୧୮ ହାରରେ ୧୧ ୱିକେଟ୍‌ ଦଖଲ କରିଛନ୍ତି। ଉନ୍ନତି କରିବା ପାଇଁ ନିଜର ଇଛାଶକ୍ତି ବୁମ୍‌ରାଙ୍କୁ ବିଶ୍ବର ଶ୍ରେଷ୍ଠ ଦ୍ରୁତ ବୋଲର ଭାବେ ଗଢ଼ି ତୋଳିଛି ବୋଲି ବଣ୍ଡ୍‌ ଅନୁଭବ କରିଛନ୍ତି। ‘‘ଏହା ବାସ୍ତବରେ ମଜାଦାର ଏବଂ ବୁମ୍‌ରାଙ୍କ ସହ କାର୍ଯ୍ୟ କରିବା ପାଇଁ ମୁଁ ସବୁବେଳେ ଭଲପାଏ। ନିଜ ପ୍ରଦର୍ଶନରେ ଉନ୍ନତି ଆଣିବାର ତା‌ଙ୍କ ପ୍ରୟାସ ମୋତେ ଖୁବ୍‌ ପ୍ରଭାବିତ କରେ। ଭିନ୍ନ ବଲ୍‌ ଜରିଆରେ ସେ ଶୃଙ୍ଖଳାକୁ ବଦଳାଇ ଦେଇପାରିଛନ୍ତି’’ ବୋଲି ମୁମ୍ବାଇ ଇଣ୍ଡିଆନ୍‌ସ ଟ୍ବିଟରରେ ଏକ ପୋଷ୍ଟ୍‌ କରିଥିବା ଭିଡିଓରେ କହିଛନ୍ତି ବଣ୍ଡ୍‌।

ସମ୍ବନ୍ଧିତ ଖବର