ଦକ୍ଷିଣ କୋରିଆକୁ ଶକ୍ତ ଧକ୍କା:ଜର୍ମାନି ମ୍ୟାଚ୍‌ରୁ ଅଧିନାୟକ ‘କି’ ବାଦ୍‌

ମସ୍କୋ : ଜର୍ମାନି ବିପକ୍ଷ ମହତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ ଦକ୍ଷିଣ କୋରିଆକୁ ଶକ୍ତ ଧକ୍କା ଲାଗିଛି। ଅଧିନାୟକ କି ସିଙ୍ଗ୍‌ ୟୁଙ୍ଗ ଏହି କର ବା ମର ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ନଳିଗୋଡ଼ରେ ଆଘାତ ଲାଗିଥିବାରୁ କାଜାନରେ ମଙ୍ଗଳବାର ଜର୍ମାନି ବିପକ୍ଷରେ ସେ ପଡ଼ିଆକୁ ଓହ୍ଲାଇ ପାରିବେ ନାହିଁ ବୋଲି ଦକ୍ଷିଣ ଆଫ୍ରିକା ଫୁଟ୍‌ବଲ୍‌ ସଂଘ କହିଛି। ସେହିଭଳି ମେକ୍ସିକୋ ବିପକ୍ଷ ମ୍ୟାଚ୍‌ର ଦ୍ୱିତୀୟ ଗୋଲ୍‌କୁ ନେଇ ଦକ୍ଷିଣ କୋରିଆ ଫିଫା ନିକଟରେ ଆନୁଷ୍ଠାନିକ ଅଭିଯୋଗ କରିବ ବୋଲି ସଂଘ କହିଛି। ଦକ୍ଷିଣ କୋରିଆ ତା’ ଦୁଇଟି ଯାକ ପ୍ରଥମ ମ୍ୟାଚ୍‌ ହାରିଛି। ହେଲେ ମଙ୍ଗଳବାର ଏହି ଦଳ ଯଦି ବିଶ୍ୱବିଜେତା ଜର୍ମାନିକୁ ହରାଇଦିଏ ଏବଂ ଅନ୍ୟ ମୁକାବିଲାରେ ସ୍ୱିଡେନ୍‌ ମେକ୍ସିକୋକୁ ପରାସ୍ତ କରେ ତାହାଲେ ପ୍ରି-କ୍ୱାର୍ଟରକୁ ଯିବାର ସୁଯୋଗ ରହିଛି।

ସମ୍ବନ୍ଧିତ ଖବର