ସିକେ ନାୟୁଡୁ ଟ୍ରଫି, ଦେବାଶିଷଙ୍କ ଶତକ, ଓଡ଼ିଶା ୨୪୫/୮

କଟକ: ଦେବାଶିଷ ସାମନ୍ତରାୟଙ୍କ ଅପରାଜିତ ଶତକ ଓ କ୍ଷମାସାଗର ବଳଙ୍କ ଅର୍ଧଶତକୀୟ ପାଳି ବଳରେ ଓଡ଼ିଶା ସିକେ ନାୟୁଡୁ ଟ୍ରଫିରେ ଗୋଆ ବିପକ୍ଷରେ ମଜବୁତ ସ୍ଥିତିରେ ପହଞ୍ଚିଛି। ପ୍ରଥମ ଦିନ ଓଡ଼ିଶା ୮ ଵିକେଟ୍‌ କ୍ଷତିରେ ୨୪୫ ରନ୍‌ କରିଛି। ମ୍ୟାଚ୍‌ରେ ଓଡ଼ିଶା ଟସ୍‌ ଜିତି ବ୍ୟାଟି˚ କରିଥିଲା। ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହେବାପରେ ଦେବାଶିଷ ଓ କ୍ଷମାସାଗର ଦଳକୁ ଉଦ୍ଧାର କରିଥିଲେ। ଉଭୟ ପଞ୍ଚମ ଵିକେଟରେ ୧୩୦ ରନ୍‌ ଯୋଡ଼ିଥିଲେ। ତେବେ ଶତକ ଆଡ଼କୁ ଅଗ୍ରସର ହେଉଥିବା କ୍ଷମାସାଗର ୮୩ ରନ୍‌ କରିଥିଲା ବେଳେ ନିଜ ଵିକେଟ୍‌ ହରାଇଥିଲେ। ପଛକୁ ପଛ ପୁଣି ଵିକେଟ୍‌ ଯିବା ପରମ୍ପରା ଆରମ୍ଭ ହୋଇଥିଲେ ବି ରାଜକିଷନ ପଟେଲ କିଛି ସମୟ ପାଇଁ ଦେବାଶିଷଙ୍କୁ ସହଯୋଗ କରିଥିଲେ। ଉଭୟଙ୍କ ମଧ୍ୟରେ ୩୮ ରନ୍‌ର ଭାଗୀଦାରି ହୋଇଥିଲା। ଷ୍ଟମ୍ପ୍‌ସ ଅପସାରଣ ବେଳକୁ ଦେବାଶିଷ ୨୯୮ ବଲ୍‌ର ସମ୍ମୁଖୀନ ହୋଇ ୧୨ ଚୌକା ସହାୟତାରେ ୧୦୦* ଏବଂ ଆଶିଷ ରାଏ ୭* ରନ୍‌ କରିଥିଲେ।

ସମ୍ବନ୍ଧିତ ଖବର