ନବଦମ୍ପତି କ୍ରିକେଟ୍‌ ମ୍ୟାଚ୍‌ ଦେଖିଲେ; ଆଇସିସିର ପ୍ରଶଂସା

କାନବେରା : ଭାରତୀୟ ଉପମହାଦେଶରେ କ୍ରିକେଟ୍‌କୁ କେବଳ ଏକ ଖେଳ ନୁହେଁ, ବରଂ ଏହା ଜୀବନର ଧାରା ପାଲଟି ଯାଇଥାଏ। କ୍ରିକେଟ୍‌ ମ୍ୟାଚ୍‌ ଦେଖିବା ପାଇଁ ଉପମହାଦେଶର ପ୍ରଶଂସକ ପାଗଳପ୍ରାୟ ହୋଇଥାନ୍ତି ଏବଂ ବିଶ୍ବର ଯେକୌଣସି ସ୍ଥାନକୁ ପଳାଇଥାନ୍ତି। ହେଲେ ଆମେରିକାର ଏକ ନବ ବିହାହିତ ଦମ୍ପତି ନୂଆ ଜୀବନକୁ ଉପଭୋଗ କରିବା ପରିବର୍ତେ ଏକ କ୍ରିକେଟ୍‌ ମ୍ୟାଚ୍‌ ଦେଖିବା ଚର୍ଚ୍ଚାକୁ ଆସିଛି। ଜଣେ କ୍ରିକେଟ୍‌ ପ୍ରଶଂସକ ତଥା ଆମେରିକା ବାସିନ୍ଦା ହାସନ୍‌ ତସ୍‌ଲିମ୍‌ ନିଜର ବିବାହ ଦିନ ହିଁ ପତ୍ନୀଙ୍କ ସହ ଅଷ୍ଟ୍ରେଲିଆ ଓ ପାକିସ୍ତାନ ଟ୍ବେଣ୍ଟି-୨୦ ମ୍ୟାଚ୍‌କୁ ଟିଭିରେ ଦେଖିଥିଲେ। ବିବାହ ଦିନ ମ୍ୟାଚ୍‌ ଦେଖୁଥିବାର ଏକ ଫଟୋକୁ ମଧ୍ୟ ହାସନ୍‌ ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ନିକଟକୁ ପଠାଇଥିଲେ। ଆଇସିସି ଏହାର କୌଣସି ଉତ୍ତର ନରଖିବାରୁ ହାସନ୍‌ ସେମାନଙ୍କ ସାମାଜିକ ଗଣମାଧ୍ୟମରେ ପଟୋକୁ ସେୟାର କରିଥିଲେ। ସେ ଓ ତାଙ୍କ ନବ ବିବାହିତ ପତ୍ନୀ ବୈବାହିକ ଜୀବନକୁ ପଛକୁ ଠେଲିଦେଇ କ୍ରିକେଟ୍‌ ମ୍ୟାଚ୍‌ ଉପଭୋଗ କରିଥିବା ସଂପୃକ୍ତ ଫଟୋ ତଳେ ଲେଖିଥିଲେ। ତେବେ ଆଇସିସି ଏଭଳି କ୍ରିକେଟ୍‌କୁ ଭଲ ପାଉଥିବା ଯୋଗୁଁ ନବ ଦମ୍ପତିଙ୍କୁ ପ୍ରସିଦ୍ଧ ତଥା ଲୋକପ୍ରିୟ ବୋଲି ବର୍ଣ୍ଣନା କରି ନିଜ ଟ୍ବିଟରରେ ଜବାବ ରଖିଥିଲା।

ସମ୍ବନ୍ଧିତ ଖବର