ଦଲିପ ଟ୍ରଫି ସେମିଫାଇନାଲ୍‌: ପ୍ରଥମ ଦିବସରେ ରୋହନ, ବିହାରୀ, କାର୍ତ୍ତିକେୟଙ୍କ ଚମକ

କୋଏମ୍ବାଟୁର/ସାଲେମ: ଦଲିପ ଟ୍ରଫିର ଉଭୟ ସେମିଫାଇନାଲ୍‌ ଗୁରୁବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଉଭୟ ମ୍ୟାଚ୍‌ରେ ରୋହନ କୁନୁମ୍ମଲ (୧୪୩), ହନୁମା ବିହାରୀ (୧୦୭*) ଶତକ ହାସଲ କରିଥିବା ବେଳେ କୁମାର କାର୍ତ୍ତିକେୟ (୨୭-୭-୬୬-୫) ବୋଲିଂରେ ଚମକ ଛାଡ଼ିଛନ୍ତି। ଏମ୍ବାଟୁରଠାରେ ଉତ୍ତରପ୍ରଦେଶର ଯୁବ ବାମହାତୀ ସ୍ପିନର୍‌ କୁମାର କାର୍ତ୍ତିକେୟଙ୍କୁ ମୁକାବିଲା କରିନପାରି କେନ୍ଦ୍ରାଞ୍ଚଳ ବିପକ୍ଷରେ ପଶ୍ଚିମାଞ୍ଚଳ ୯ ୱିକେଟ୍ ହରାଇ ୨୫୨ ରନ୍‌ ସଂଗ୍ରହ କରିଛି। ପଶ୍ଚିମାଞ୍ଚଳ ପକ୍ଷରୁ ପୃଥୀ ସ’ (୬୦) ଏବଂ ରାହୁଲ ତ୍ରିପାଠୀ (୬୪*) ଅର୍ଦ୍ଧଶତକ ହାସଲ କରି ଦଳର ସମ୍ମାନ ରଖିଛନ୍ତି। ସାଲେମରେ ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲ୍‌ରେ ରୋହନ କୁନୁମ୍ମଲ ଓ ହନୁମା ବିହାରୀଙ୍କ ପାଳି ବଳରେ ଉତ୍ତରାଞ୍ଚଳ ବିପକ୍ଷରେ ଦକ୍ଷିଣାଞ୍ଚଳ ପ୍ରଥମ ଦିବସରେ ୨ ୱିକେଟ୍ ହରାଇ ୩୨୪ ରନ୍‌ କରି ଦୃଢ଼ ମୂଳଦୁଆ ପକାଇଛି। ରୋହନଙ୍କ ସହ ମୟଙ୍କ ଅଗ୍ରୱାଲ୍ (୪୯) କେବଳ ଆଉଟ୍ ହୋଇଛନ୍ତି।

ସମ୍ବନ୍ଧିତ ଖବର